Latest Odisha News

BREAKING NEWS

ଆଜି ଶପଥ ନେବ ନବୀନଙ୍କ ନୂଆ ଟିମ୍

ଆଜି ଶପଥ ନେବ ନବୀନଙ୍କ ନୂଆ ଟିମ୍। ପୁରା ମନ୍ତ୍ରିମଣ୍ଡଳର ହେବ ନବକଳେବର।  ଏଥିପାଇଁ ୨୨ବର୍ଷର ଶାସନ କାଳରେ ପ୍ରଥମଥର ପାଇଁ ସବୁ ମନ୍ତ୍ରୀଙ୍କ ଇସ୍ତଫା ଦିଆଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣର କାର୍ଯ୍ୟକ୍ରମ ରହିଛି । ଦିନ ୧୧ଟା ୪୫ରେ ଲୋକସେବା ଭବନ କନଭେନସନ୍ ହଲ୍‌ରେ ଶପଥ ଗ୍ରହଣ ଉତ୍ସବ ହେବ। ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଆଜି ସାମିଲ ହୋଇପାରନ୍ତି  ମନ୍ତ୍ରୀ।

ଏଥିରେ ୧୩ଜଣ କ୍ୟାବିନେଟ୍ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଅଛନ୍ତି।  ଏହି ନୂଆ ମନ୍ତ୍ରିମଣ୍ଡଳରେ ୫ଜଣ ମହିଳାଙ୍କୁ ମଧ୍ୟ ମନ୍ତ୍ରୀପଦ ମିଳିବ । ଏମାନଙ୍କ ଭିତରୁ ୩ଜଣଙ୍କୁ କ୍ୟାବିନେଟ୍ ଓ ୨ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବ ବୋଲି ଜଣାଯାଇଛି ।

ଯେଉଁମାନେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେବାକୁ ଯାଉଛନ୍ତି, ସେମାନେ ହେଲେ ଜଗନ୍ନାଥ ସାରକା, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ଟୁକୁନି ସାହୁ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ୍, ନବକିଶୋର ଦାସ, ଅଶୋକ ଚନ୍ଦ୍ର ପଣ୍ଡା ଓ ରାଜେନ୍ଦ୍ର ଢୋଲକିଆ।

ସେହିପରି ରାଷ୍ଟ୍ରମନ୍ତ୍ରୀ ଭାବେ ସମୀର ରଞ୍ଜନ ଦାଶ, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼େଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ ଓ ବାସନ୍ତୀ ହେମ୍ବ୍ରମ ଶପଥ ଗ୍ରହଣ କରିବେ।

Leave A Reply

Your email address will not be published.