Latest Odisha News

BREAKING NEWS

ଅମ୍ବାନୀ କଲଚରାଲ ସେଣ୍ଟରରେ ଚମକିଲା ଓଡ଼ିଶାର ବାଲୁକା କଳା

ମୁମ୍ବାଇ:ଓଡ଼ିଶା ବାଲୁକା କଳାର ଯାଦୁ ଦେଖୁଛି ସାରା ବିଶ୍ୱ । ପ୍ରଶଂସା ବି ସାଉଁଟଛି । ନିତା ମୁକେଶ ଅମ୍ବାନୀଙ୍କ କଲଚରାଲ ସେଣ୍ଟରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ବାଲୁକା କଳାର ଯାଦୁ ସାରା ବିଶ୍ୱର କଳାପ୍ରେମୀ ଦେଖୁଛନ୍ତି  ।

ଏହି ବାଲୁକା କଳାକୁ ଦେଖି ଭୂରୀ ଭୂରୀ ପ୍ରଶଂସା କରିଛନ୍ତି ହଲ୍ୟୁଡ଼ ଅଭିନେତା ଟମ ହଲାଣ୍ଡ । ଟମ ହଲାଣ୍ଡ ହେଉଛନ୍ତି ସ୍ପାଇଡର ମ୍ୟାନ । ସେ  Spider Man ଫିଲ୍ମରେ ଏହି ଭୂମିକା ରେ ଅଭିନୟ କରି ବେଶ ଲୋକପ୍ରିୟ ।  ସେ ମାନସଙ୍କର ଏହି କଳାକୁ ପ୍ରଶଂସା କରିବା ସହ  ନିଜର ଅଟୋଗ୍ରାଫ ବାଲୁକା କଳାରେ ଦେଇଥିଲେ  ।

ନୀତା ମୁକେଶ ଅମ୍ବାନୀ କଲଚରାଲ ସେଣ୍ଟରରେ ଏହି ପ୍ରଦର୍ଶନୀ ମାର୍ଚ୍ଚ ୩୧ରୁ ଆରମ୍ଭ ହୋଇ ୩ ଦିନ ଚାଲିଥିଲା । ଏଥିରେ ସ୍ଥାନ ପାଇଥିଲା ମାନସଙ୍କ ସାଣ୍ଡ ଆନିମେଶନ । ପ୍ରସିଦ୍ଧ ବଲିଉଡ ଅଭିନେତା,  ହଲିଉଡ ଅଭିନେତା, ବ୍ୟବସାୟୀ, ଖେଳାଳୀ ଏହି ସାଣ୍ଡ ଆନିମେଶନକୁ ଦେଖି ଖୁବ ପ୍ରଶଂସା କରିଥିଲେ ।

Comments are closed.