Latest Odisha News

BREAKING NEWS

ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ବସ୍ତି ଅଞ୍ଚଳର ଅଧିବାସୀମାନେ ପ୍ରାୟତଃ ସ୍ୱାସ୍ଥ୍ୟ ବିଷୟରେ ସଚେତନ ହୋଇ ନଥାନ୍ତି । ଏହି କଥାକୁ ଦୃଷ୍ଟିରେ ରଖି ବି.ଜି.ଭି.ଏସ୍‌.ର କଳାକାରମାନେ ନାଟକ ଓ ନୃତ୍ୟ ମାଧ୍ୟମରେ ସେମାନଙ୍କୁ ସଚେତନ କରିବା ପାଇଁ ପ୍ରୟାସ କରିଥିଲେ ।ଚାଇଲ୍ଡ ଫଣ୍ଡ ପକ୍ଷରୁ ଆୟୋଜିତ ଏହି ପଥପ୍ରାନ୍ତ ନାଟକ ମାଧ୍ୟମରେ ଭୁବନେଶ୍ୱରର ୮ଟି ବସ୍ତିରେ ଶିଶୁ ଜନ୍ମ, ମାଆର ସ୍ୱାସ୍ଥ୍ୟ, ନବଜାତ ଶିଶୁଙ୍କ ଯତ୍ନ ଓ କିଶୋରୀଙ୍କ ସ୍ୱାସ୍ଥ୍ୟର ଯତ୍ନ ଭଳି ବିଷୟ ଉପରେ ସଚେତନତା ସୃଷ୍ଟି କରାଯାଇଛି ।

BjdElectrycity

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭୁବନେଶ୍ୱରର ପ୍ରାୟ ୮ ହଜାର ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ମାତୃ ଆରୋଗ୍ୟ ଓ ସମିତିର ସଦସ୍ୟମାନଙ୍କ ସମେତ ଚାଇଲ୍ଡ ଫଣ୍ଡର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.