Latest Odisha News

BREAKING NEWS

ଖ୍ରୀଷ୍ଟମାସ ଉପଲକ୍ଷେ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ବାଲୁକା ପାର୍କ ପୁନଃ ଲୋକାର୍ପିତ

ପୁରୀ: ସବୁ ବର୍ଷ ଭଳି ଏବର୍ଷ ଖ୍ରୀଷ୍ଟମାସରେ ପୁରୀ ଲାଇଟ ହାଉସ ନିକଟସ୍ଥ ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କ ରେ ୟୁରୋପିୟାନ ଢାଞ୍ଚାର ବାଲୁକା କଳା ମାନ ପ୍ରସ୍ତୁତ କରାଯାଇଛି । ଭାରତର ଏହା ଏକମାତ୍ର ବାଲୁକା କଳା ପାର୍କ, ଯେଉଁଥିରେ ସମସ୍ତେ ନିଃଶୁଳ୍କ ବର୍ଷ ବର୍ଷ ଧରି ଅତି ନିଖୁଣ ବାଲୁକା କଳା ମାନ ଦେଖିପାରିବେ । ଏଥିରେ ବିଭିନ୍ନ ଥିମ୍ କୁ ନେଇ ବାଲୁକା କଳା ମାନ କରାଯାଇଛି ।

ପ୍ରଥମ ବାଲୁକା କଳାରେ ବଡ଼ ଦିନ ଉପଲକ୍ଷେ ମଦର ମେରୀ ଏବଂ ପ୍ରଭୁ ଯିଶୁଙ୍କୁ ନିର୍ମାଣ କରାଯାଇଛି । ଏହି ବାଲୁକା ମୂର୍ତ୍ତି ରେ ବିଶ୍ବ ଶାନ୍ତିରର ବାର୍ତ୍ତା ଦିଆଯାଇଛି ।

ଦ୍ୱିତୀୟ ବାଲୁକା କଳାରେ ସେ ପ୍ରକୃତି ସୁରକ୍ଷା ଭିର୍ତ୍ତିକ ବାଲୁକା କଳା ନିର୍ମାଣ କରି ‘ସେଭ୍ ଏନଭାରମେଣ୍ଟର’ର ବାର୍ତ୍ତା ଦେଇ ଏକ ସୁନ୍ଦର ପ୍ରକୃତି ରାଣୀଙ୍କ ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ପରିବେଶକୁ ସୁରକ୍ଷା ପ୍ରଦାନ କରିବା ଆମ ସମସ୍ତଙ୍କ ମୂଳ ଲକ୍ଷ୍ୟ ହେବା ଉଚିତ୍ ପରିବେଶ ସୁରକ୍ଷା ରହିଲେ ଜନ ଜୀବନ ସାରା ସଂସାର ସୁନ୍ଦର ପରିବେଶରେ ଜୀବନ ଯାପନ କରିପାରିବ । ପରିବେଶକୁ ନଷ୍ଟ ନ କରି ପରିବେଶକୁ ବଞ୍ଚାନ୍ତୁ ଏବଂ ଭବିଷ୍ୟତକୁ ସୁଦୃଢ କରନ୍ତୁର ବାର୍ତ୍ତା ଦେଇଛନ୍ତି ।

ଏବଂ ତୃତୀୟ ବାଲୁକା କଳାଟି ସମୁଦ୍ର ରାଜାଙ୍କ ଚିତ୍ରଣ କରିଛନ୍ତି । ସମୁଦ୍ରକୁ ସୁରକ୍ଷିତ ରଖିବା ଆମ ଜୀବନର ମୂଳ ମନ୍ତ୍ର ହେବା ଦରକାର । ସମୁଦ୍ରରେ ବସ ବାସ କରୁଥିବା ସମସ୍ତ ସମୁଦ୍ର ଜୀବଜନ୍ତୁ ମାନଙ୍କୁ ସୁରକ୍ଷା ଦେବା ପାଇଁ ଆମେ ଯତ୍ନବାନ ହେବା ଦରକାର । ସେ ଏହି ବାଲୁକା କଳା ମାଧ୍ୟ୍ୟମରେରେ ‘ସେଭ୍ ଓସେନ’ ର ବାର୍ତ୍ତା ଦେଇଛନ୍ତି ।

ଏହି ସ୍ୟାଣ୍ଡ ଆର୍ଟ ପାର୍କ ଟି ଚଳିତ ୨୩ ଡ଼ିସେମ୍ବର, ୨୦୨୪ ରେ ପୁରୀ ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା (ଓଏଏସ)ଙ୍କ ଦ୍ୱାରା ଉନ୍ମୋଚନ କରାଯାଇଛି । ଏହି ଉନ୍ମୋଚନ ଉତ୍ସବରେ ବିଶିଷ୍ଟ ସମାଜସେବୀ ଜୟନ୍ତୀ ମହାପାତ୍ର,ଏବଂ ବିଶିଷ୍ଟ କବି, ଲେଖକ ବଦ୍ରି ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.