Latest Odisha News

BREAKING NEWS

‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ପାଇଁ ବାଲୁକା କଳାରେ ସ୍ୱତନ୍ତ୍ର ବାର୍ତ୍ତା

ପୁରୀ: ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ‘ହର ଘର ତିରଙ୍ଗା’ ଅଭିଯାନର ତୃତୀୟ ସଂସ୍କରଣ ଅଗଷ୍ଟ ୯ ରୁ ୧୫ ପର୍ଯ୍ୟନ୍ତ ପାଳନ କରାଯିବ। ଏହି ଅବସରରେ ଦେଶବାସୀଙ୍କୁ ବାଲୁକା କଳା ମାଧ୍ୟମରେ ସୋସିଆଲ ମିଡ଼ିଆ ଡିପିରେ ତ୍ରିରଙ୍ଗା ରଖିବାକୁ ଅପିଲ୍ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

ଭାରତ ଛାଡ ଆନ୍ଦୋଳନ ସ୍ମୃତିକୁ ମନେପକାଇବାକୁ ନେଇ ସାରା ଦେଶରେ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇ ସାରିଛି। ସବୁ ଭାରତୀୟ ନିଜ ଘରେ ଜାତୀୟ ପତାକା ଲଗାଇ ଦେଶ ପାଇଁ ଲଢେଇ କରି ବଳିଦାନ ଦେଇଥିବା ସ୍ଵାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ପ୍ରଦାନ ପାଇଁ ଏହି ଅଭିଯାନରେ ସମସ୍ତେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ଵାନ ଦେଇଛନ୍ତି। ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀର ନୀଳାଦ୍ରି ବିଚ୍‌ରେ ଏକ ସୁନ୍ଦର ବାଲୁକା ଚିତ୍ରକଳା ତିଆରି କରି ହର ଘର ତ୍ରିରଙ୍ଗା କାର୍ଯକ୍ରମକୁ ସମସ୍ତେ ପାଳନ କରିବାକୁ ସୁଦର୍ଶନ ବାର୍ତ୍ତା ଦେଇଛନ୍ତି।

ବାଲୁକା ଚିତ୍ରକଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭାରତ ମାନଚିତ୍ରର ପ୍ରତିକୃତି ନିର୍ମାଣ କରିଛନ୍ତି ସୁଦର୍ଶନ। ଏହି ବାଲୁକା ଚିତ୍ରକଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନରେ କିଭଳି ସାରା ଦେଶରେ ତ୍ରିରଙ୍ଗା ଉଡୁଛି ତାହାର ପ୍ରତିକୃତି ଏହି ବାଲୁକା ଚିତ୍ର କଳାରେ ଦେଖିବାକୁ ମିଳିଛି। ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ଅଗଷ୍ଟ ୯ ତାରିଖରୁ ଅଗଷ୍ଟ ୧୫ ତାରିଖ ଯାଏ ଏହି ହର ଘର ତ୍ରିରଙ୍ଗା ପାଳନ ହେଉଛି। ଏଣୁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନକୁ ସମସ୍ତେ ଗ୍ରହଣ କରି ଏହି ଅଭିଯାନରେ ସାମିଲ ହେବା ଉଚିତ୍।

ସେହିପରି ପ୍ରଧାନମନ୍ତ୍ରୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ତ୍ରିରଙ୍ଗା ଫଟୋ ଲଗେଇଥିବାରୁ ଆମେ ସମସ୍ତେ ନିଜ ସୋସିଆଲ ମିଡ଼ିଆ ପ୍ରୋଫାଇଲରେ ତ୍ରିରଙ୍ଗା ଫଟୋ ଲଗେଇବାକୁ ସୁଦର୍ଶନ ବାର୍ତ୍ତା ଦେଇଛନ୍ତି। ତେବେ ଏହି ସୁନ୍ଦର ବାଲୁକା ଚିତ୍ରକଳା ଦେଖିବାକୁ ପୁରୀ ବେଳାଭୂମିରେ ବହୁ ପର୍ଯ୍ୟଟକ ଭିଡ଼ ଜମାଇଥିଲେ।

Comments are closed.