ପୁରୀ; ଆଜି ରଙ୍ଗର ପର୍ବ ହୋଲି। ଦେଶ ଠାରୁ ରାଜ୍ୟ ସମସ୍ତେ ହୋଲିର ରଙ୍ଗୀନ। ବନ୍ଦୁ ପରିବାର ସମସ୍ତେ ପରପ୍ସର ମୁହଁରେ ରଙ୍ଗ ବୋଳି ଜଣାଉଛନ୍ତି ହୋଲି ଶୁଭେଚ୍ଛା। ଏଥିସହିତ ମାତୃଶକ୍ତି ଦିବସ ମହିଳା ଦିବସ ମଧ୍ୟ ଆଜି ପଡ଼ୁଛି। ଏଥିପାଇଁ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଦେଶାବାସୀଙ୍କୁ ତାଙ୍କ ସୁନ୍ଦର ବାଲୁକା କଳା ମାଧ୍ୟମରେ ହୋଲି ଶୁଭେଚ୍ଛା ଜଣାଇବା ସହ ମାତୃଶକ୍ତିକୁ ଉତ୍ସର୍ଗ କରି ତିଆରି କରିଛନ୍ତି ୭ ଫିଟ ଉଚ୍ଚାର ଏକ ସୁନ୍ଦର ବାଲୁକା କଳା।
Best wishes to all of you with Joy of #Colours.On #InternationalWomensDay
The place of mother power in the world and her contribution in nation building has always been foremost. Come, let us all be determined to respect, protect and empower women power.
My SandArt at Puri beach pic.twitter.com/qJ5WCGt0m5— Sudarsan Pattnaik (@sudarsansand) March 8, 2023
ପୁରୀର ବିସ୍ତିର୍ଣ୍ଣ ବେଳାଭୂମିରେ ଦୁଇଟି ସ୍ୟାଣ୍ଡ ଆର୍ଟ କରିଛନ୍ତି ସୁଦର୍ଶନ। ଏଥିରେ ତାଙ୍କ ଛାତ୍ରଛାତ୍ରୀମାନେ ମଧ୍ୟ ତାଙ୍କୁ ସହଯୋଗ କରିଛନ୍ତି। ମହିଳା ଦିବସକୁ ଉତ୍ସର୍ଗ କରି ସୁଦର୍ଶନ ଯେଉଁ ବାଲୁକା କଳା କରିଛନ୍ତି ସେଥିରେ ହୋଲି ଶୁଭେଚ୍ଛା ଜଣାଇବା ସହ ବିଶ୍ୱ ମାତୃଶକ୍ତିକୁ ସେ ସାଲ୍ୟୁଟ୍ କରିଛନ୍ତି। ବାଲୁକା କଳାରେ ହ୍ୟାସ୍ଟ୍ୟାଗ୍ ଦେଇ ଲେଖିଛନ୍ତି ହ୍ୟାପି ୱିମେନ୍ସ ଡେ। ୮ ଟନ ବାଲିରେ ୭ ଫିଟ୍ ଉଚ୍ଚାରେ ତିଆରି ହୋଇଥିବା ଏହି କଳାକୃତିରେ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ଦର୍ଶାଇବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Jai #Radhekrishna 🙏#HappyHoli to all. My SandArt at Puri beach in Odisha.
#ColourfulFestival . #Holi2023 pic.twitter.com/7wxvAFObKt— Sudarsan Pattnaik (@sudarsansand) March 8, 2023
ସେହିପରି ହୋଲିର ଶୁଭେଚ୍ଛା ଜଣାଇବାକୁ ମଧ୍ୟ ଆଉ ଏକ ସୁନ୍ଦର ବାଲୁକ କଳା କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏଥିରେ ସେ ହ୍ୟାପି ହୋଲି ଲେଖିବା ସହ ରାଧା କୃଷ୍ଣଙ୍କ ପ୍ରତିମୂର୍ତ୍ତୀକୁ ଖୁବ୍ ନିଖୁଣ ଭାବେ ତିଆରି କରିଛନ୍ତି। ତାଙ୍କର ଏହି ବାଲୁକା କଳା ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।
Comments are closed.