Latest Odisha News

BREAKING NEWS

୮ ବର୍ଷ ତଳେ ସୁମୋ ପହିଲମାନ ସହ ଲଢୁଥିଲେ ଏଲନ ମସ୍କ

ନୂଆଦିଲ୍ଲୀ:ପୁଣି ଏଲନ ମସ୍କଙ୍କୁ ନେଇ ଚର୍ଚ୍ଚା । ଟୁଇଟରର ମାଲିକାନା ହାତକୁ ନେବା ପରେ ପ୍ରତ୍ୟେକ ଦିନ ଖବର ଶିରୋନାମାକୁ ଆସିଥାନ୍ତି ଏଲନ ମସ୍କ । ଏବେ କିନ୍ତ ଟୁଇଟର ପାଇଁ ଚର୍ଚ୍ଚାକୁ ଆସି ନାହାନ୍ତି । ଏଥର ଏଲନ ମସ୍କ ତାଙ୍କର ଏକ ଟୁଇଟକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଏମିତି ନୂଆ ରୂପରେ ଏଲନ ମସ୍କଙ୍କୁ ଦେଖିଲେ ଆପଣ ବି ଚକିତ ହୋଇଯିବେ । ଖାଲି ଚକିତ ହେବେନି, ବାର ବାର ଭାବିବାକୁ ବାଧ୍ୟ ହେବେ ଯେ ସେ ଠିକ ଦେଖୁଛନ୍ତି ତ ? ଏହି ଫଟୋରେ ଏଲନ ମସ୍କ ଜଣେ ସୁମୋ ପହିଲମାନଙ୍କ ସହ ଲଢୁଥିବା ଦେଖିବାକୁ ପାଇବେ ।

ଏହି ନିଆରା ଫଟୋକୁ ଡଗ ଡିଜାଇନର ନାମକ ଏକ ଟୁଇଟର ହାଣ୍ଡଲରେ ସେୟାର କରାଯାଇଛି । ଏଥିରେ ଏଲନ ଜଣେ ପହିଲମାନ ସହ ଲଢୁଛନ୍ତି । ଫଟୋଟି ସାମାନ୍ୟ ଝାପସା ଦେଖାଯାଉଛି । ପ୍ରଥମ ଝଲକରେ ହୁଏତ ଏଲନ ମସ୍କଙ୍କୁ ଚିହ୍ନ ହେବନି । କିନ୍ତୁ ଭଲକରି ଦେଖିଲେ ଚିହ୍ନି ପାରିବେ ଏ ମହାନ ହସ୍ତୀ ଆଉ କେହି ନୁହେଁ, ଏଲନ ମସ୍କ ।

ଫଟୋକୁ ସେୟାର କରିଥିବା ଡଗ ଡିଜାଇନର ଫଟୋକୁ ସେୟାର କରି ଏଲନ ମସ୍କଙ୍କୁ ଟାଗ ବି କରିଛନ୍ତି । ଏଲନ ବି ଫଟୋଟି ତାଙ୍କର ସ୍‌:ୀକାର କରିଛନ୍ତି । କମେଣ୍ଟ ବି ଦେଇଛନ୍ତି । ସେ ଲେଖିଛନ୍ତି, ଡିସ୍କ କ୍ରଶ ହେବାର ୮ ବର୍ଷର ପୁରୁଣା ଦୁଃଖ ସେ ଏବେ ବି ଭୁଲି ପାରୁନାହାନ୍ତି ।

ଏହି ଫଟୋକୁ ନେଇ ୟୁଜର୍ସମାନେ ଖୁବ ମଜାଳିଆ ପ୍ରଶ୍ନ ବି କରିଛନ୍ତି । ଜଣେ ୟୁଜର୍ସ ପଚାରିଛନ୍ତି ଏମିତି କେଉଁ କ୍ଷେତ୍ର ନାହିଁ ଯେଉଁଥିରେ ଆପଣ ପାଦ ରଖି ନାହାନ୍ତି ? ଅନ୍ୟ ଜଣେ ୟୁଜର୍ସ ପଚାରିଛନ୍ତି ଏହା ସତରେ କୌଣସି ସିରିୟସ ଫାଇଟ ଥିଲା ନା ମଜାକ ଥିଲା ?

Leave A Reply

Your email address will not be published.