Latest Odisha News

ସମୁଦ୍ର ବେଳାଭୂମୀରେ ବାଲୁକା ନିର୍ମିତ ମହାଦେବ

ପୁରୀ : ପବିତ୍ର ଶିବରାତ୍ରୀ ପାଇଁ ଚଳଚଞ୍ଚଳ  ବିଭିନ୍ନ ଶୈବପୀଠ । ଚାଲିଛି ମହାପ୍ରଭୁଙ୍କୁ ଆବାହନ। ଜଗତକଲ୍ୟାଣ ପାଇଁ ଜଳୁଛି ମହାଦୀପ । ସେହିପରି ବାଲୁକା କଳା ମାଧ୍ୟମରେ ବିଶ୍ୱଶାନ୍ତି ପାଇଁ କରାଯାଉଛି ଆବାହନ। ପୁରୀ ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ଠାରୁ ଜାଗର ଯାତ୍ରା ଆରମ୍ଭ ହୋଇଯାଇଛି।

ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଳାଦ୍ରୀ ସମୁଦ୍ର ବେଳାଭୂମୀରେ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକା ନିର୍ମିତ ମହାଦେବ। ଆଠଟି ଶିବଲିଙ୍ଗ ସହ ଗଢିଛନ୍ତି ମହାଦେବଙ୍କର ପାଞ୍ଚଟି ପ୍ରତିମୂର୍ତ୍ତି। ଏହି ବାଲୁକା କଳାରେ ଓମ୍ ନମଃ ଶିବାୟ ଲେଖିବା ସହ ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

Comments are closed.