Latest Odisha News

BREAKING NEWS

ହାପି ବାର୍ଥ ଡେ କଙ୍ଗନା, ବାଲୁକାକଳା ମାଧ୍ୟମରେ କଙ୍ଗନାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଜନ୍ମଦିନ । ଏଥିପାଇଁ ତାଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି । ଏହି ଅବସରରେ କଙ୍ଗନାକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପୁରୀର ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସେ ପୁରୀ ସମୁଦ୍ରକୂଳରେ ଏକ ସୁନ୍ଦର ବାଲୁକା କଳା ତିଆରି କରିଛନ୍ତି । ଆଉ ନିଜ ଟ୍ୱିଟର ପେଜରେ ଫଟୋ ପୋଷ୍ଟ କରି ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ।

ସୁଦର୍ଶନ ପଟ୍ଟନାୟକ ଲେଖିଛନ୍ତି, ହାପି ବାର୍ଥ ଡେ ବଲିଉଡ କ୍ୱିନ । ଭଗବାନ ଜଗନ୍ନାଥଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହୁ । ଏହାସହ ଶ୍ରେଷ୍ଠ ଅଭିନେତ୍ରୀର ରାଷ୍ଟ୍ରୀୟ ପୁରସ୍କାର ଜିତିଥିବା ଯୋଗୁଁ ମଧ୍ୟ ସେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେପଟେ କଙ୍ଗନା ସୁଦର୍ଶନଙ୍କ ପୋଷ୍ଟକୁ ରିଟ୍ବିଟ୍ କରି ତାଙ୍କୁ ଅଶେଷ ଧନ୍ୟବାଦ ଦେଇଛନ୍ତି । କଙ୍ଗନା ଆଜି ନିଜର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି ।

Leave A Reply

Your email address will not be published.