ମୟୁରଭଞ୍ଜ : ସାଧାରଣତଃ ଘର ତିଆରି ଲାଗି ବାଲି , ଗୋଡି , ମାଟି , ସିମେଣ୍ଟ ଆଦିର ଆବଶ୍ୟକତା ପଡିଥାଏ । ଏସବୁ ନହେଲେ ଘର କାମ ମଧ୍ୟ ସମ୍ଭବପର ନୁହେଁ । କିନ୍ତୁ ମୟୁରଭଞ୍ଜ ଗୋପବନ୍ଧୁ ନଗର ବ୍ଲକବାସୀ ବାଲି ପାଇଁ ହନ୍ତସନ୍ତ ହେଉଛନ୍ତି । ଘର କାମ ପାଇଁ ୱାର୍କ ଅର୍ଡର ମିଳିଛତ । ହିତାଧିକାରୀ ମାନେ ବି ପ୍ରସ୍ତୁତ ଅଛନ୍ତି , ହେଲେ ବାଲି ମୁଖ୍ୟ ସମସ୍ୟା ପାଲଟିଛି । ଘର କାମ ନିମନ୍ତେ ଆବଶ୍ୟକ ସାମଗ୍ରୀ ମେଣ୍ଟାଲ, ବାଲି ଆଦି ହିତାଧିକାରୀମାନେ ପାଉ ନ ଥିବା ବେଳେ ବହୁତ ଅଧିକ ଦାମରେ ତାହା କିଣିବାକୁ ପଡୁଛି।
ଯାହାକୁ ନେଇ ତାତିଛନ୍ତି ୧୩ ପଞ୍ଚାୟତବାସି। ଆଜି ୧୩ଟି ପଞ୍ଚାୟତର ହିତାଧିକାରୀମାନେ ଗୋପବନ୍ଧୁନଗର ବ୍ଲକ ବିଡ଼ିଓ ଙ୍କୁ ଘେରାଉ କରିବା ସହିତ ତୁରନ୍ତ ବାଲି ଯୋଗାଇଦେବାକୁ ଦାବି କରିଛନ୍ତି । ରାଜସ୍ବ ବିଭାଗ ପକ୍ଷରୁ ବାଲି ଖାଦାନ ସହିତ ଲଘୁ ଖଣିଜ ପଦାର୍ଥ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ହେଉଥିବାରୁ ବାଲି ମିଳୁ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସେପଟେ ତୁରନ୍ତ ଏ ନେଇ ରାଜସ୍ବ ବିଭାଗ ସହିତ କଥା ହୋଇ ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି ବିଡ଼ିଓ।
Comments are closed.