Latest Odisha News

BREAKING NEWS

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ସ୍ୟାଣ୍ଡ ଆନିମେସନ କଲେ ବାଲୁକା ଶିଳ୍ପୀ ମାନସ ସାହୁ

ପୁରୀ: ଆସନ୍ତା କାଲି ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏହା ପାଇଁ ଚାଲିଛି ଜୋରଦାର୍ ପ୍ରସ୍ତୁତି। ଏହାରି ଭିତରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ସ୍ୟାଣ୍ଡ ଆନିମେସନ ଜରିଆରେ ଏହାକୁ ଚିତ୍ରଣ କରିଛନ୍ତି। ଆନିମେସନ ଭିଡିଓଟି ୩ମିନିଟି ୩୯ସେକେଣ୍ଡର ହୋଇଥିବା ବେଳେ ଏହାକୁ ନିର୍ମାଣ କରିବାକୁ ମାନସଙ୍କୁ ୧୫ଘଣ୍ଟା ସମୟ ଲାଗିଛି।

ଆନିମେସନ ଭିଡିଓଟିରେ ସବୁ କିଛି ଦର୍ଶା ଯାଇଛି। ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ଗୁଆ ଚାଉଳ ଦେଇ ରାଜଗୁରୁଙ୍କୁ ବରଣ କରୁଛନ୍ତି। ପରିକ୍ରମା ପର୍ବକୁ ବିଧିପୂର୍ବକ ସମ୍ପୂର୍ଣ୍ଣ ଯଜ୍ଞନୁଷ୍ଠାନକୁ ଆଗେଇ ନେବା ପାଇଁ ରାଜଗୁରୁ ବ୍ରାହ୍ମଣ ସମାଜଙ୍କୁ ଦାୟିତ୍ୱ ଦେଉଛନ୍ତି। ବ୍ରାହ୍ମଣମାନଙ୍କ ଦ୍ୱାରା ଅଂକୁର ରୋପଣ କିପରି କରାଯାଉଛି ଏବଂ ତ୍ରିଦେବଙ୍କ ଆବାହନ କିପରି କରାଯାଉଛି ତାହା ଦର୍ଶା ଯାଇଛି। ତ୍ରିଦେବ ଏବଂ ପ୍ରଭୁଙ୍କ ଦର୍ଶନର ଦୃଶ୍ୟ ସବୁକୁ ଅତିସୁନ୍ଦର ଭାବରେ ମାନସ ସାହୁ ତାଙ୍କ ବାଲୁକା ଆନିମେସନରେ ଦେଖାଇଛନ୍ତି। ପୁଣି ମହାରାଜ ଦିବ୍ୟସିଂହ ଦେବଙ୍କ ଦ୍ୱାରା ଯଜ୍ଞର ପୂର୍ଣ୍ଣାହୂତି ଦେବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ହାତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିବାର ଦୃଶ୍ୟ ମଧ୍ୟ୍ୟ ଆନିମେସନରେ ଦେଖାଇଛନ୍ତି।

Leave A Reply

Your email address will not be published.