Latest Odisha News

BREAKING NEWS

ଶାହାରୁଖଙ୍କ ସହ ପୁନର୍ବାର ଫିଲ୍ମ କରିବା ପାଇଁ ଯୋଜନା କରୁଛନ୍ତି ଭନ୍ସାଲୀ

ମୁମ୍ବାଇ: ସଞ୍ଜୟ ଲିଲା ଭନ୍ସାଲୀ ତାଙ୍କ ଡ୍ରିମ ପ୍ରୋଜେକ୍ଟ ବୈଜୁ ବାୱାରାକୁ କିଛି ଦିନ ପାଇଁ ଘୁଂଚାଇ ଦେଇଛନ୍ତି । ସେ ପ୍ରଥମେ ତାଙ୍କର ଆଉ ଏକ ମହତ୍ୱାକାଂକ୍ଷୀ ଫିଲ୍ମର ଶୁଟିଂ ଚଳିତ ବର୍ଷ ଜୁନରୁ ଆରମ୍ଭ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏବେ ସେ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଥିବା ହୀରା ମଣ୍ଡି ପ୍ରଡକ୍ସନ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ଆଗକୁ ସେ ପିରିୟଡ ଡ୍ରାମା ବଦଳରେ ରୋମାଂଟିକ କମେଡି ଫିଲ୍ମ ଇନଶାଆଲ୍ଲା କରିବେ ବୋଲି ଯୋଜନା କରୁଛନ୍ତି । ସେ ଏ ନେଇ କାହାଣୀ ମଧ୍ୟ ଚୟନ କରି ସାରିଛନ୍ତି । ବଲିଉଡର ସୁପରଷ୍ଟାର ଶାହାରୁଖ ଖାଁ ଏହି ରୋଲ ପାଇଁ ଫିଟ ହୋଇଥିବାରୁ ସେ ତାଙ୍କ ସହ ସେ ଏହି ଫିଲ୍ମ କରିବେ ବୋଲି ଉଲ୍ଲେଖ ରହିଛି ।

ଏବେ ସେ କିଛି ଦିନ ହେବ ଏ ନେଇ ଶାହାରୁଖଙ୍କ ସହ ସାକ୍ଷାତ ମଧ୍ୟ କରିଛନ୍ତି । ତେବେ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଦେବଦାସ ଫିଲ୍ମରେ ଶାହାରୁଖ ଓ ଭନ୍ସାଲୀଙ୍କ କମ୍ବିନେଶନ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଖାମୋଶୀ, ହମ ଦିଲ ଦେ ଚୁକେ ସନମ, ଦେବଦାସ, ବ୍ଲାକ, ଗୁଜାରିଶ, ଗୋଲିୟୋଁ କି ରାସଲୀଲା ରାମଲୀଳା, ବାଜୀରାଓ ମସ୍ତାନୀ, ପଦ୍ମାବତ ଓ ଗଙ୍ଗୁବାଇ କାଠିୟାୱାଡି ପରି ଫିଲ୍ମ କରି ଭନ୍ସାଲୀ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

Leave A Reply

Your email address will not be published.