Latest Odisha News

BREAKING NEWS

Msp For Sand: ଏଣିକି ଶସ୍ତାରେ ମିଳିବ ବାଲି; ପ୍ରଥମଥର ପାଇଁ ଲାଗୁ ହେବ ଏମଏସପି

ଭୁବନେଶ୍ଵର: ଏଥର ସାବାଡ୍ ହେବେ ବାଲି ମାଫିଆ । ଏଣିକି ବେଆଇନ ଭାବେ ବାଲି ଉତ୍ତୋଳନ କରି କେହି ବିକ୍ରି କରିପାରିବେନି । ଲିଜଧାରୀ ଆଉ ମନଇଚ୍ଛା ଦର ବଢାଇ ପାରିବେନି । ବାଲି ପାଇଁ ସରକାର ଏମଏସପି ଲାଗୁ କରିବେ । ସରକାର ନିର୍ଦ୍ଧାରିତ କରିଥିବା ଏମଏସପି ଦରରେ ହିଁ ବିକ୍ରି ହେବ ବାଲି । ଏମଏସପି ଲାଗୁ ହେବା ଦ୍ବାରା ଟିକେ ଶସ୍ତାରେ ଲୋକଙ୍କୁ ମିଳିବ ବାଲି ।

ଏଣିକି ଇ-ଲଟେରୀ ଜରିଆରେ ମିଳିବ ଲଘୁ ଖଣି । ସେହିଭଳି ବାଲି ଗଚ୍ଛିତ କରି ରଖିବା ପାଇଁ ଷ୍ଟୋରେଜ ଲାଇସେନ୍ସ ଦେବେ ସରକାର । ବିନା ଷ୍ଟୋରେଜ ଲାଇସେନ୍ସରେ ବାଲି ଓ ଅନ୍ୟ ଲଘୁ ଖଣିଜ ପଦାର୍ଥ କେହି ବେଆଇନ ଗଚ୍ଛିତ କରି ରଖି କରିବେ ନାହିଁ । ଗତକାଲି କ୍ୟାବିନେଟ ବୈଠକରେ ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ର ସଂଶୋଧନ କରାଯାଇଛି । କ୍ୟାବିନେଟ ନିଷ୍ପତ୍ତି ପରେ ଏ ନେଇ ବଡ଼ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା ।

Comments are closed.