Latest Odisha News

BREAKING NEWS

ଆଜି ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ସଂଧ୍ୟା ଦର୍ଶନ, ଜନ୍ମବେଦୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲାଗିଛି ଭିଡ଼

ପୁରୀ: ଆଜି ପବିତ୍ର ନବମୀ ତିଥି । ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ସଂଧ୍ୟା ଦର୍ଶନ ବା ନବମୀ ଦର୍ଶନ ଅନୁଷ୍ଠିତ ହେଉଛି । ଆସନ୍ତାକାଲି ବାହୁଡ଼ା ଯାତ୍ରା ଶୃଙ୍ଖଳିତ କରିବା ପାଇଁ ନୀତିକାନ୍ତିକୁ ତ୍ୱରାନିତ କରିବା ଉଦ୍ଦେଶ୍ୟରେ ଆଜି ସଂଧ୍ୟା ଦର୍ଶନ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଶେଷ ଦର୍ଶନ ସାରି ପରଦିନ ରଥାରୂଢ଼ ହୋଇ ମହାପ୍ରଭୁ ବାହୁଡ଼ା ଯାତ୍ରାରେ ପୁଣି ଶ୍ରୀମନ୍ଦିର ଫେରିବେ ।

ଜନ୍ମ ବେଦୀରେ ଆଜି ଅନ୍ତିମ ଦର୍ଶନ ଥିବାରୁ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ପ୍ରଶାସନ ପକ୍ଷରୁ ବ୍ୟାରିକେଟ୍ କରାଯାଇ ଭକ୍ତଙ୍କୁ ଛଡ଼ା ଯାଉଥିବା ବେଳେ ଶ୍ରଦ୍ଧାଳୁମାନେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଛନ୍ତି । ଅପରାହ୍ନ ୪ଟା ପରେ ଦର୍ଶନ ବନ୍ଦ ହେଉଥିବାରୁ ଭକ୍ତମାନେ ମହାପ୍ରସାଦ ପାଇଁ ନାକଚଣା ଦ୍ବାର ଦେଇ ପ୍ରବେଶ କରିବେ । ପହୁଡ଼ ଆଳତି ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାହୁଟ କଣ୍ଟ, ଚାରବନ୍ଧା, କୁସୁମଲାଗି ନୀତି ଅନୁଷ୍ଠିତ ହେବ ।

Leave A Reply

Your email address will not be published.