Latest Odisha News

BREAKING NEWS

କେବେଠୁ ଖୋଲିବ କଟକର ସଙ୍ଗମ ସିନେମା ହଲ୍, ଜାଣନ୍ତୁ

କଟକ: ଚଳଚ୍ଚିତ୍ର ପ୍ରେମୀ ମାନଙ୍କ ପାଇଁ ଖୁସି ଖବର। କଟକ ସ୍ଥିତ ସଙ୍ଗମ ମଲ୍ଟିପ୍ଲେକ୍ସ ଆସନ୍ତା ଜାନୁଆରୀ ୮ ତାରିଖରୁ ଖୋଲିବାକୁ ଯାଉଛି।

ସୂଚନାନୁସାରେ, ସହରର ଅନ୍ୟ ସିନେମା ହଲ୍ ଗୁଡିକ ଜାନୁଆରୀ ୧୪ରେ ଖୋଲିବାକୁ ଯାଉଛି। କୋଭିଡ-୧୯ ଗାଇଡଲାଇନକୁ ପାଳନ କରି ୫୦ ପ୍ରତିଶତ ସିଟରେ ସିନେମା ହଲ୍ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ସିନେମା ହଲ ମାଲିକମାନେ କହିଥିଲେ ଯେ ୫୦ ପ୍ରତିଶତ ସିଟରେ ସିନେମା ହଲ୍ ଖୋଲିବ ଲାଭଦାୟକ ହେବ ନାହିଁ।

ସେହିପରି ଏହି ମାସରେ ଆଇନକ୍ସ, ଗ୍ରାଣ୍ଡ ବ୍ରିଦାବନ୍, ଏବଂ ସମ୍ରାଟ ହଲ୍ ଆଦି ଖୋଲିବାକୁ ଯାଉଛି।

Leave A Reply

Your email address will not be published.