Latest Odisha News

BREAKING NEWS

ମାହାଙ୍ଗା ଡବଲ୍ ମର୍ଡର: ମୁଖ୍ୟ ଅଭିଯୁକ୍ତ ସମେତ ଚାରି ଜଣ ଅଟକ, ଅଜ୍ଞାତ ସ୍ଥାନରେ ଜେରା

କଟକ: ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀଙ୍କୁ ନିର୍ମମ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ଚାରି ଜଣ ଅଟକ । ସେମାନଙ୍କୁ ଅଟକ ରଖିଛି କଟକ ଗ୍ରାମାଞ୍ଚଳ ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ଅଜ୍ଞାତ ସ୍ଥାନରେ ଜେରା ଚାଲିଛି । ଘଟଣାର ଦୁଇ ଦିନ ପରେ ଅଭିଯୁକ୍ତଙ୍କୁ ଠାବ କରିବା ସହ ସେମାନଙ୍କୁ ଅଟକ ରଖିଛି ପୋଲିସ ।

ହତ୍ୟାକାଣ୍ଡ ମାମଲାରେ ମୃତକଙ୍କ ପରିବାର ଲୋକ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ୧୨ଜଣଙ୍କ ନାଁରେ ଏତଲା ଦେଇଥିଲେ । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଗଠନ କରିଥିଲା ୫ଜଣିଆ ସ୍ୱତନ୍ତ୍ର ଟିମ୍ । ସେମାନେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲେ । ପଚରାଉଚରା ପରେ ଖୁବଶୀଘ୍ର ଗିରଫଦାରୀ ନେଇ ବିଧିବଦ୍ଧ ଘୋଷଣା କରିପାରେ କଟକ ଗ୍ରାମାଞ୍ଚଳ ପୋଲିସ ।

Leave A Reply

Your email address will not be published.