Latest Odisha News

BREAKING NEWS

ବଡ ପରଦାକୁ ଫେରିବେ ସଲମାନଙ୍କ ପୂର୍ବତନ ପ୍ରେମିକା !

ମୁମ୍ବାଇ: ଅଭିନୟ ଦୁନିଆକୁ ଫେରିବାକୁ ଚିନ୍ତା କରୁଛନ୍ତି ଜଣେ ଜଣାଶୁଣା ଅଭିନେତ୍ରୀ । ଦିନ ଥିଲା ସେ ବଲିଉଡରେ ରାଜ କରୁଥିଲେ । ଅଗଣିତ ଫ୍ୟାନଙ୍କ ମୁହଁରେ ଥିଲା ତାଙ୍କ ନାଁ । ହେଲେ ସେ କିଏ ଓ କାହିଁକି ଏତେ ଦିନ ଧରି ବଲିଉଡରୁ ଦୂରେଇ ରହିଥିଲେ ?

କମ୍‌ବ୍ୟାକ୍ କରିବା ପାଇଁ ବର୍ତ୍ତମାନର ସମୟକୁ ଉପଯୁକ୍ତ ଭାବୁଛନ୍ତି ସଙ୍ଗୀତା ଭିଜଲାନି । ତାଜା ସ୍ଥିତିରେ ୱେବ୍ ସିରିଜର ଡିମାଣ୍ଡ ବଢିଥିଲାବେଳେ ଅଭିନେତ୍ରୀଙ୍କୁ ମିଳୁଛି ଲିଡ୍ ରୋଲ । ଏହି ଦୁଇଟି ଫାକ୍ଟର ସଙ୍ଗୀତାଙ୍କୁ ଅଭିନୟ ପ୍ରତି ଆକର୍ଷିତ କରାଇଛି ।

ମାତ୍ର ୧୫ ବର୍ଷ ବୟସରେ ମଡେଲିଂ ଆରମ୍ଭ କରିଥିବା ସଙ୍ଗୀତା ଅଭିନୟ ପ୍ରତି ମନ ବଳାଇ ବଲିଉଡରେ ପ୍ରବେଶ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଅଫର ପାଇଥିଲେ ବି ସେ ୧୯୯୬ରେ ବଲିଉଡଠାରୁ ମୁହଁ ମୋଡିନେଇଥିଲେ । ଶେଷଥର ପାଇଁ ସେ ଫିଲ୍ମ ଜଗନ୍ନାଥରେ ନଜର ଆସିଥିଲେ । ୮୦ ଓ ୯୦ ଦଶକରେ ଅଭିନେତ୍ରୀଙ୍କୁ ଏତେଟା ଦମଦାର ଭୂମିକା ମିଳୁନଥିଲା । ହେଲେ ଏବେ ପରିବର୍ତନ ଦେଖାଦେଇଛି ।

ଲକଡାଉନ୍ ସମୟରେ ୬୦ବର୍ଷୀୟ ସଙ୍ଗୀତା ଓଟିଟି ପ୍ଲାଟଫର୍ମ ଜରିଆରେ କମ୍‌ବ୍ୟାକ୍ କରିବେ । ତେବେ ଏ ନେଇ ସେ ନିଜ ପୂର୍ବତନ ପ୍ରେମିକ ସଲମାନଙ୍କ ସହାରା ନେବେ ନା ନାହିଁ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।

Leave A Reply

Your email address will not be published.