Latest Odisha News

BREAKING NEWS

ଭଦ୍ରକ କୋର୍ଟର ନୂତନ ଜିଲ୍ଲା ଜଜ ଭାବେ ଦାୟିତ୍ଵ ନେଲେ ସଂଗ୍ରାମ କେଶରୀ ପଟ୍ଟନାୟକ

ଭଦ୍ରକ: ଭଦ୍ରକ କୋର୍ଟରେ ନୂତନ ଜିଲ୍ଲା ଜଜ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ସଂଗ୍ରାମ କେଶରୀ ପଟ୍ଟନାୟକ। ଏହା ପୂର୍ବରୁ ନୂଆପଡା ଜିଲ୍ଲା ଜଜ ଭାବରେ କାର୍ଯ୍ୟ କରୁଥିଲେ। ଭଦ୍ରକର ଜିଲ୍ଲା ଜଜ ଭାବେ ପ୍ରଦ୍ୟୁମ୍ନ କୁମାର ନାୟକ ସୂଚାରୁ ରୂପେ ତାଙ୍କର କାର୍ଯ୍ୟ ସମ୍ପାଦନା କରି କୋର୍ଟରେ ସମସ୍ତଙ୍କର ପ୍ରିୟ ହୋଇଥିଲେ। ତାଙ୍କର ସମ୍ବଲପୁର ଜିଲ୍ଲା ଜଜ ଭାବରେ ବଦଳି ହେବା ପରେ ସଂଗ୍ରାମ କେଶରୀ ପଟ୍ଟନାୟକ ଶ୍ରୀ ନାୟକଙ୍କ ସ୍ଥାନରେ ଜିଲ୍ଲା ଜଜ ଭାବେ ଯୋଗଦାନ କରିଛନ୍ତି।

BjdElectrycity

ଶ୍ରୀ ପଟ୍ଟନାୟକ ୨୦୦୧ ମସିହାରେ ବିଚାର ବିଭାଗୀୟ ଅଧିକାରୀ ଭାବରେ ଯୋଗ ଦେଇ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଚାରପତି ଭାବେ ସୂଚାରୁ ରୂପେ କାର୍ଯ୍ୟ ତୁଲାଇ ଆସିଛନ୍ତି। ତେବେ ସେ ନିରପେକ୍ଷ ବିଚାର ଭିବାଗୀୟ ଅଧିକାର ଭାବରେ ବେଶ ସୁନାମ ଅର୍ଜନ କରି ଆସିଛନ୍ତି। ଆଜି ତାଙ୍କର ଯୋଗଦାନ ପରେ ଭଦ୍ରକ ଓକିଲ ସଂଘର କର୍ମକର୍ତ୍ତମାନେ ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ସେହିପରି ସମସ୍ତ ସରକାରୀ ଓକିଲ ଓ ଅଧିସ୍ଥନ ବିଚାରପତି, ବିଚାର ବିଭାଗୀୟ କର୍ମଚାରୀମାନେ ମଧ୍ୟ ତାଙ୍କୁ ଫୁଲତୋଡ଼ା ଦେଇ କୋର୍ଟକୁ ପାଛୋଟି ଆଣିଥିଲେ। ନୂତନ ଜିଲ୍ଲା ଜଜ ପ୍ରଥମେ କୋର୍ଟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ନିଜ କାର୍ଯ୍ୟଭାର ଗ୍ରହଣ କରିଥିଲେ।

Leave A Reply

Your email address will not be published.