Latest Odisha News

ନିର୍ବନ୍ଧ କଲେ ଉର୍ଫି , ଭାଇରାଲ ହେଲା ଫଟୋ

ମୁମ୍ବାଇ: ନିର୍ବନ୍ଧ କଲେ ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦ । ଏହାର ଅନେକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଜଣେ ଯୁବକଙ୍କ ସହ ବସି ପୂଜା କରୁଥିବା ଦେଖିବାକୁ ମିଳିଛି । ଏହି ଫଟୋ ସାମ୍ନାକୁ ଆସିବା ପରେ ଉର୍ଫି ମନ୍ଦିରରେ ନିର୍ବନ୍ଧ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଉର୍ଫି । ଅନେକ ଲୋକ ଉର୍ଫିଙ୍କୁ କ୍ରିଏଟିଭ୍ ବୋଲି କହି ପ୍ରଶଂସା କରୁଥିବା ବେଳେ ଆଉ କିଛି ତାଙ୍କୁ ନାପସନ୍ଦ କରନ୍ତିି । ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫି ଏବେ ନିର୍ବନ୍ଧ କରିଥିବା ନେଇ ଚର୍ଚ୍ଚା ହେଉଛି ।
ତେବେ ଏପର୍ଯ୍ୟନ୍ତ ଉର୍ଫି ଏହି ଫଟୋକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ଏହା ପୂର୍ବରୁ ଉର୍ଫି ଜଣେ ଯୁବତୀଙ୍କୁ ଚୁମ୍ବନ ଦେଇ ଫଟୋ ସେୟାର କରିଥିଲେ । ସେହି ଫଟୋରେ ଲଭ୍ ୟୁ ବି ଲେଖିଥିଲେ । ଏହି ଫଟୋ ସାମ୍ନାକୁ ଆସିବା ପରେ ଉର୍ଫି ଅଜଣା ଯୁବତୀଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା ।

Leave A Reply

Your email address will not be published.