ନୂଆଦିଲ୍ଲୀ: ଭାରତର ଟେନିସ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟର ସୋଏବ ମଲିକଙ୍କ ସମ୍ପର୍କ ଭାଙ୍ଗିବାକୁ ଯାଉଛି ବୋଲି ଗୁଜବ ଜୋର ଧରିଛି । ପାକିସ୍ତାନୀ ମିଡିଆରୁ ଏହି ଖବର ପ୍ରସାରିତ ହେବା ପରେ ଏବେ ଏ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରେମ ସମ୍ପର୍କ ଗଢ଼ି ଉଠିବା ପରେ ଉଭୟ ୨୦୧୦ରେ ବିବାହ କରିଥିଲେ । ନିକଟରେ ସୋଏବ ଓ ସାନିଆ ସେମାନଙ୍କ ପୁତ୍ର ଇଜହାନଙ୍କ ଜନ୍ମଦିନ ପାଳନ କରିଥିଲେ । ସୋଏବ ଏହି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିବା ବେଳେ ସାନିଆ କିନ୍ତୁ କରି ନ ଥିଲେ । ଏହା ପରେ ଉଭୟଙ୍କ ସମ୍ପର୍କ ଭଲ ନାହିଁ ବୋଲି ଆଶଙ୍କା କରାଯାଇଥିଲା ।
ସାନିଆଙ୍କ ସହ ସୋଏବ କୌଣସି ଏକ ଘଟଣାରେ ବିଶ୍ୱାସଘାତକତା କରିଛନ୍ତି । ସାନିଆ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଥିଲେ ଟୁଟେ ହୁଏ ଦିଲ କାହାଁ ଜାତେ ହେ । ସେହିପରି ପୁଅ ସହ ଖେଳୁଥିବା ଫଟୋ ଶେୟାର କରି ଲେଖିଥିଲେ ଏହି ଅନ୍ତରଙ୍ଗ ମୂହର୍ତ ମୋତେ ଅନେକ ଅସୁବିଧା ସମୟରୁ ମୁକ୍ତି ଦେଉଛି । ତେବେ ସୋଏବ କିମ୍ବା ସାନିଆ ଏ ସମ୍ପର୍କରେ କୌଣସି ବୟାନ ଦେଇ ନାହାନ୍ତି ।
Comments are closed.