Latest Odisha News

BREAKING NEWS

ଅଷ୍ଟ୍ରେଲିଆନ ଓପନ ଟେନିସ: କ୍ୟାରିୟରର ଶେଷ ଗ୍ରାଣ୍ଡସ୍ଲାମ ମହିଳା ଡବଲ୍ସରେ ହାରିଲେ ସାନିଆ

ମେଲବୋର୍ଣ୍ଣ: କ୍ୟାରିୟରର ଶେଷ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଂଟ ଖେଳୁଥିବା ଭାରତର ସାନିଆ ମିର୍ଜା ଅଷ୍ଟ୍ରେଲିଆନ ଓପନ ମହିଳା ଡବଲ୍ସର ଦ୍ୱିତୀୟ ରାଉଣ୍ଡରେ ହାରି ଯାଇଛନ୍ତି । ଅବଶ୍ୟ ମିକ୍ସଡ ଡବଲ୍ସରେ ଏବେ ମଧ୍ୟ ତାଙ୍କ ନିକଟରେ ଟାଇଟଲ ଜିତିବା ସୁଯୋଗ ରହିଛି । ସାନିଆ ଓ କାଜକସ୍ତାନର ଏନା ଡୋନେଲିନା ଦ୍ୱିତୀୟ ରାଉଣ୍ଡରେ ବେଲଜିୟମର ଏଲିସନ ୱାନ ଓ ୟୁକ୍ରେନର ଏନହୋଲିନା କଲିନିନାଙ୍କ ନିକଟରୁ ୪-୬, ୬-୪, ୨-୬ ସେଟରେ ହାରି ଯାଇଛନ୍ତି । ଅପରପକ୍ଷରେ ନିଜ ଦେଶର ରୋହନ ବୋପାନ୍ନାଙ୍କ ସହ ସେ ମିକ୍ସଡ ଡବଲ୍ସ ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ପ୍ରଥମ ରାଉଣ୍ଡରେ ସେମାନେ ଅଷ୍ଟ୍ରେଲିଆର ୱାଇଲ୍ଡ କାର୍ଡ ଏଂଟ୍ରି ଜ୍ୟାମୀ ଫୋରାଲିସ ଓ ଲ୍ୟୁକ ସେଭିଲଙ୍କୁ ୭-୫, ୬-୩ରେ ହରାଇଥିଲେ ।

୬ ଥର ଗ୍ରାଣ୍ଡ ସ୍ଲାମ ଜିତିଥିବା ସାନିଆ ପରବର୍ତୀ ରାଉଣ୍ଡରେ ମେଲିଚର ମାର୍ଟିନେଜ-ମ୍ୟାଟଭେ ମିଡଲେକୁପ ଏବଂ ଏଲେନା ପ୍ୟାରିଜ-ହ୍ୟାରୀ ହୋଲିଓଭରାଙ୍କ ମଧ୍ୟରେ ଅନୁଷ୍ଠିତ ମ୍ୟାଚର ବିଜେତାଙ୍କୁ ଭେଟିବେ । ବୋପାନ୍ନାଙ୍କ ସହ ସାନିଆ ୨୦୧୭ ଫ୍ରେଂଚ ଓପନ ଓ ମହେଶ ଭୂପତିଙ୍କୁ ସାଥୀ କରି ୨୦୦୯ରେ ଅଷ୍ଟ୍ରେଲିଆନ ଓପନ ଟାଇଟଲ ହାସଲ କରିଥିଲେ ।

Leave A Reply

Your email address will not be published.