Latest Odisha News

ନେପାଳ ବିମାନ ଦୁର୍ଘଟଣା: ୪ ଭାରତୀୟଙ୍କ ମୃତ ଦେହକୁ ଅପେକ୍ଷା କରିଛନ୍ତି ପରିବାର

ନୂଆଦିଲ୍ଲୀ: ୟେତି ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାକୁ ପ୍ରାୟ ଏକ ସପ୍ତାହ ବିତି ଗଲାଣି । ହେଲେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଜଣ ଭାରତୀୟଙ୍କ ମୃତଦେହକୁ ଅପେକ୍ଷା କରି ରହିଛନ୍ତି ପରିବାର ଲୋକେ ।

ସୂଚନା ଅନୁଯାୟୀ, ରବିବାର ନେପାଳର ପୋଖରାରେ ୟେତି ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ୭୨ ଜଣଙ୍କ ମୃତ୍ୟୁ ହୋଇଥିଲା । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ସମୟରେ ସେଥିରେ ୫୩ ଜଣ ନେପାଳି ନାଗରିକ ଥିବା ବେଳେ ୫ଜଣ ଭାରତୀୟ ଓ ୧୫ ବିଦେଶୀ ନାଗରିକଙ୍କ ସମେତ ଚାଳକ ଦଳର ୪ ସଦସ୍ୟ ଥିଲେ ।ଏହି ବିମାନ ଦୁର୍ଘଟଣାରେ ଯେଉଁ ଭାରତୀୟଙ୍କ ମୃତ୍ୟୁ ହୋଇଛି ସେମାନେ ହେଉଛନ୍ତି ଉତ୍ତର ପ୍ରଦେଶର ଅଭିଶେକ କୁଶାବାହା(୨୫), ବିଶାଲ ଶର୍ମା(୨୨), ଅନିଲ କୁମାର ରାଜଭର(୨୭), ସୋନୁ ଜୟସୱାଲ(୩୫) ଓ ସଞ୍ଜୟ ଜୟସୱାଲ ବୋଲି ଜଣାପଡିଛି ।
ସଞ୍ଜୟ ଜୟସୱାଲଙ୍କ ମୃତଦେହ ଶୁକ୍ରବାର ୨୦ ଜାନୁୟାରୀରେ ତାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା । ହେଲେ ଅନ୍ୟ ୪ ଜଣଙ୍କ ମୃତଦେହ ଏବେ ପର୍ଯ୍ୟନ୍ତ ତାଙ୍କ ପରିବାରକୁ ମିଳିନାହିଁ । ହେଲେ ହସ୍ପିଟାଲ ପକ୍ଷରୁ କୁହାଯାଇଛି କି ଶନିବାର ୨୧ ଜାନୁଆରୀରେ ବିଶାଲ ଶର୍ମାଙ୍କ ମୃତଦେହକୁ ଚିହ୍ନଟ କରାଯାଇଛି ।

ଶୁକ୍ରବାର ୪୯ ମୃତଦେହର ପୋଷ୍ଟମର୍ଟମ କରାଯାଇ ସେମାନଙ୍କ ପରିଜନଙ୍କୁ ହସ୍ତାନ୍ତର କରାଯାଇଛି । ସେହିପରି ଶନିବାର ଆଉ ୧୫ଜଣ ମୃତଦେହକୁ ସେମାନଙ୍କ ପରିଜନଙ୍କୁ ହସ୍ତାନ୍ତର କରାଯାଇଛି । ମୃତଦେହ ଚିହ୍ନଟରେ ଥିବା ଡାକ୍ତର କହିଛନ୍ତି ପରିବାର ସଦସ୍ୟ ମୃତଦେହ ଚିହ୍ନଟ ପାଇଁ ଯେଉଁ ଚିହ୍ନ କହିଥିଲେ ତାହା ପର୍ଯ୍ୟାପ୍ତ ନ ଥିଲା । ରବିବାର ଏହାର ଚିହ୍ନଟ ପ୍ରକ୍ରିୟା ଶେଷ ହେବା ପରେ ଯାଇ ମୃତହେଦକୁ ପରିଜନଙ୍କୁ ହସ୍ତାନ୍ତର କରାଯିବ ।

Leave A Reply

Your email address will not be published.