Latest Odisha News

BREAKING NEWS

ଏକତା କପୁରଙ୍କ ଶୋ’ରେ ନଜର ଆସିବେ ସାନିଆ ମିର୍ଜା

ମୁମ୍ବାଇ: ଟେନିସ ଖେଳାଳି ସାନିଆ ମିର୍ଜା କ୍ରୀଡା ଜଗତର ଏକ ଜଣାଶୁଣା ନାଁ । ଟେନିସରେ ସେ ସବୁବେଳେ ଭାରତକୁ ଗର୍ବିତ କରିଆସିଛନ୍ତି । ବର୍ତ୍ତମାନ ସାନିଆ ଖେଳରୁ ଅବସର ନେଇ ନିଜ ପିଲାଙ୍କ ସହ ସମୟ ବିତାଉଛନ୍ତି । ଖୁବ୍‌ଶୀଘ୍ର ସାନିଆ ଅଭିନୟ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି ।

ଛୋଟ ପରଦାର ଜଣାଶୁଣା ନିର୍ମାତା ଏକତା କପୁର ଏବେ ତାଙ୍କର ନୂଆ ଧାରାବାହିକ ‘ବେକାବୁ’କୁ ପ୍ରମୋସନ କରିବାରେ ବ୍ୟସ୍ତ ଅଛନ୍ତି । ଏହି ଧାରାବାହିକରେ ଟେନିସ ଖେଳାଳି ସାନିଆ ମିର୍ଜା ନଜର ଆସିବେ । ଏଥିଲାଗି ସେ ଖୁବ୍‌ଶୀଘ୍ର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି ।

ଶାଲିନ୍ ଭାନୋଟ ଦୀର୍ଘ ସମୟ ପରେ ଏହି ଧାରାବାହିକ ଜରିଆରେ ଛୋଟ ପରଦାକୁ ପୁଣି ଫେରୁଛନ୍ତି । ନିକଟରେ ଏକତାଙ୍କ ଏହି ଧାରାବାହିକ ଲଞ୍ଚ କରାଯାଇଛି । ଏହି ଧାରାବାହିକରେ ଶାଲେନଙ୍କ ବ୍ୟତୀତ ଇଶା ସିଂଙ୍କୁ ମଧ୍ୟ ଦେଖିବାକୁ ମିଳିବ । ସାନିଆ କ୍ରୀଡା ଜଗତରେ ଅନେକ ନାମ ଅର୍ଜନ କରିଛନ୍ତି, କିନ୍ତୁ ବର୍ତ୍ତମାନ ତାଙ୍କୁ ଏକ ଟିଭି ଶୋ’ର ପ୍ରମୋଶନରେ ଦେଖିବାକୁ ମିଳିବ । ସାନିଆ କିଛି ଦିନ ପୂର୍ବରୁ ନିଜର ଚାଟ୍ ଶୋ ‘ଦି ହ୍ୟାଙ୍ଗଆଉଟ୍‌’ ଆରମ୍ଭ କରିଥିଲେ । ସାନିଆ ଏହି ଶୋ’ରେ ଶାଲିନ୍ ଭାନୋଟ ଏବଂ ଇଶା ସିଂଙ୍କ ସହ ତାଙ୍କ ସିରିଏଲକୁ ପ୍ରମୋଟ୍ କରୁଥିବା ଦେଖିବାକୁ ମିଳିବ ।

Comments are closed.