ନୂଆଦିଲ୍ଲୀ: କରୋନା ଭାଇରସ ଏବଂ ଲକଡାଉନ କଟକଣା ଯୋଗୁ ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ସୋଏବ ମଲିକ ପରସ୍ପରଠାରୁ ଦୀର୍ଘ ଦିନ ଧରି ଅଲଗା ରହିଥିଲେ । ଏହାର ମୂଖ୍ୟ କାରଣ ହେଲା ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ କଟକଣା । ଜୁଲାଇରେ ପତ୍ନୀ ଓ ପୁତ୍ର ଇଜହାନଙ୍କୁ ଭେଟିବା ପାଇଁ ସୋଏବ ବ୍ୟଗ୍ର ଥିଲେ ମଧ୍ୟ ଏହା ସମ୍ଭବପର ହୋଇ ନ ଥିଲା ।
ପରିବାରକୁ ଭେଟିବା ଲାଗି ସୋଏବ ପିସିବିଠାରୁ ଅନୁମତି ମାଗିଥିଲେ । ମାତ୍ର ଦଳ ସହ ସାମିଲ ହୋଇ ନ ପାରିବାରୁ ବାଧ୍ୟ ହୋଇ ଚୁପ୍ ରହିଥିଲେ । ନିକଟରେ ସାନିଆ ପୁଅ ଇଜହାନଙ୍କୁ ନେଇ ୟୁଏଇ ଗସ୍ତ କରିଥିଲେ । ଯେଉଁଠାରେ ପୂର୍ବରୁ ସୋଏବ ଉପସ୍ଥିତ ଥିବାରୁ ସମ୍ପୂର୍ଣ୍ଣ ପରିବାର ଏକତ୍ର ହୋଇପାରିଥିଲେ ।
Comments are closed.