Latest Odisha News

BREAKING NEWS

ଭାରତରେ ପାକିସ୍ତାନୀ ପତାକା ଉତ୍ତୋଳନ, ହ୍ୟାଣ୍ଡ ଗ୍ରେନେଡ ଜବତ !

ଜାମ୍ମୁ ଓ କାଶ୍ମୀର: ରହୁଛନ୍ତି ଓ ଖାଉଛନ୍ତି ଭାରତରେ । ହେଲେ ଗୁଣ ଗାଉଛନ୍ତି ପାକିସ୍ତାନର । ଏପରିକି ଭାରତ ମାଟିରେ ବି ପାକିସ୍ତାନୀ ପତାକା ଉତ୍ତୋଳନ କରିବାର ଧ୍ରୁଷ୍ଟତା କରିଥିଲେ । ହେଲେ ଖବର ପାଇ ମାମଲାରେ ସଂପୃକ୍ତ ଥିବା ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।

ମଙ୍ଗଳବାର ଜାମ୍ମୁ ଓ କାଶ୍ମୀରେ ଗିରଫ ହୋଇଥିଲେ ୩ ଆତଙ୍କବାଦ ସମର୍ଥକ । ହାଜିନ ଅଂଚଳରେ ସେମାନଙ୍କ ନିକଟରେ ବହୁ ଆପତ୍ତିଜନକ ତଥା ଦେଶଦ୍ରୋହ ସମ୍ବନ୍ଧୀୟ ସାମଗ୍ରୀ ଜବତ ହୋଇଥିଲା । ବନ୍ଦିପୋରା ଜିଲ୍ଲା ପୋଲିସ ଖବର ପାଇ ହାଜିନ ଅଂଚଳରେ ପ୍ରଥମେ ଛାପା ମାରିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା ।

ରିପୋର୍ଟ ଅନୁଯାୟୀ ଗିରଫ ୩ ଅଭିଯୁକ୍ତ ଲସ୍କର-ଏ-ତୋଏବା ସହ ପ୍ରତ୍ୟକ୍ଷ ଭାବେ ଜଡିତ । ହାଜିନର ମୁଖ୍ୟ ବଜାରରେ ସେମାନେ ପାକିସ୍ତାନୀ ପତାକା ଖୁଲମଖୋଲା ଉତ୍ତୋଳନ କରିଥିଲେ । ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ଲୋକଙ୍କ ମନରେ ଭୟର ଶିହରଣ ଖେଳାଇବା ଓ ଦେଶଦ୍ରୋହର ଭାବନା ଜନ୍ମ କରିବା ।

ଗିରଫ ଅଭିଯୁକ୍ତ ହେଲେ ମୁଜିବ ସମାସ, ତନୱିର ଅହମଦ ମୀର ଓ ଇମତିଆଜ ସେଖ । ଗିରଫ ଅଭିଯୁକ୍ତମାନେ ହାଜିନର ମୀର ମୋହଲ୍ଲା ଅଂଚଳର । ସେମାନଙ୍କଠାରୁ ଗୋଟିଏ ହ୍ୟାଣ୍ଡ ଗ୍ରେନେଡ, କିଛି କପଡା, ସିଲେଇ ମେସିନ୍ ଓ ପତାକା ପ୍ରସ୍ତୁତି ପାଇଁ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଜାଣି ଆଶ୍ଚର୍ମ୍ୟ ହେବେ ଚଳିତବର୍ଷ କାଶ୍ମୀର ଇଲାକାରୁ ଆତଙ୍କବାଦୀ କାର୍ମ୍ୟକଳାପରେ ଲିପ୍ତ୧୧୩ଜଣଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.