Latest Odisha News

BREAKING NEWS

ପ୍ରଶଂସକଙ୍କ ମନୋଭାବ ସହ ଖେଳୁଛନ୍ତି କି ସାନିଆ-ଶୋଏବ

ଲାହୋର: ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଓ ଭାରତର ଟେନିସ ଷ୍ଟାର ସାନିଆ ମିର୍ଜାଙ୍କ ବିବାହ ବିଚ୍ଛେଦ ଘଟିବାକୁ ଯାଉଛି ବୋଲି ସ୍ଥାନୀୟ ଗଣମାଧ୍ୟମରେ ଜୋରସୋରରେ ଖବର ପ୍ରକାଶ ପାଇଛି । ରବିବାର ଉଭୟ ଏକତ୍ର ଏକ ଟକ ଶୋ କରିବାକୁ ଯାଉଛନ୍ତି । ଏହାର ନାମ ଦି ମିର୍ଜା ମଲିକ ଶୋ ରଖାଯାଇଛି । ଏହା ଘୋଷଣା ହେବା ପରେ ଏବେ ପ୍ରଶଂସକଙ୍କମାନେ ଦ୍ୱନ୍ଦ୍ୱରେ ପଡି ଯାଇଛନ୍ତି । ଟକ ଶୋର ପ୍ରଚାର ପ୍ରସାର ପାଇଁ ଏହି ଆଥଲେଟ ଯୋଡି ନାଟକ କରୁ ନ ଥିଲେ ତ ? ଏହି ଖବର ସତ୍ୟତା ଏବେ ଟକ ଶୋ ପ୍ରସାରିତ ହେବା ପରେ ଜଣାପଡିବ । ୧୨ ଏପ୍ରିଲ ୨୦୧୦ରେ ସାନିଆ-ଶୋଏବ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ୨୦୧୮ରେ ପୁତ୍ର ଇଜହାନର ଜନ୍ମ ହୋଇଥିଲା । ଏହା ପରେ ଉଭୟଙ୍କ ମଧ୍ୟରେ ଅଶାନ୍ତି ଲାଗିଥିବା ନେଇ ଛୋଟ ବଡ ଖବର ସମ୍ମୁଖକୁ ଆସେ ।

ଚଳିତ ବର୍ଷ ମଡେଲର ଆୟଶାଙ୍କ ସହ ଶୋଏବ ନିକଟତର ହେବା ଏହାର ଏକ କାରଣ ବୋଲି ବିବେଚନା କରାଯାଉଥିଲା । ନିକଟରେ ସାନିଆ ଏକ ଦୁଃଖଭରା ପୋଷ୍ଟ ଶେୟାର କରିବା ଏବଂ ପାକିସ୍ତାନ ମିଡିଆ ଶୋଏବଙ୍କୁ ବିଶ୍ୱାସଘାତ ବୋଲି ବିବେଚନା କରି ନ୍ୟୁଜ ପ୍ରକାଶ କରିଥିଲେ । ଏପରିକି ଉଭୟଙ୍କ ତଲାକ ହୋଇଯାଇଛି ବୋଲି ଖବର ପ୍ରକାଶ ପାଇଥିଲା ।

Leave A Reply

Your email address will not be published.