Latest Odisha News

ପାକିସ୍ତାନକୁ ୫ ୱିକେଟରେ ହରାଇ ଦ୍ୱିତୀୟଥର ପାଇଁ ଇଂଲଣ୍ଡ ବିଶ୍ୱକପ୍ ଚାମ୍ପିଅନ୍

ମେଲବର୍ଣ୍ଣ: ମେଲବର୍ଣ୍ଣରେ ଧୂଳିସାତ୍ ହୋଇ ଯାଇଛି ପାକିସ୍ତାନର ସ୍ୱପ୍ନ । ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲରେ ପାକିସ୍ତାନକୁ ୫ ୱିକେଟରେ ହରାଇଁ ଇଂଲଣ୍ଡ ବିଶ୍ୱ ଚାମ୍ପିଅନ୍ ହୋଇଛି । ଇଂଲଣ୍ଡ ଦ୍ୱିତୀୟ ଥର ପାଇଁ ଟି-ଟ୍ୱେଣ୍ଟି ବିଶ୍ୱ ବିଜେତା ହୋଇଛି । ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ୪୯ ବଲରେ ୫୨ ରନର ବିଜୟୀ ପାଳି ଖେଳି ଦଳକୁ ଜିତାଇଛନ୍ତି ।

ଇଂଲଣ୍ଡର ସ୍ୟାମ କୁରେନଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଏବଂ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଟ୍ରଫି ମିଳିଛି । ସ୍ୟାମ କୁରେନ୍ ସେମି ଫାଇନାଲ୍ ମ୍ୟାଚରେ ୪ ଓଭରରେ ୧୨ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ । ଆଉ ପୂରା ଟୁର୍ଣ୍ଣାମେଣ୍ଟରେ ସୁପର ୧୨ ଷ୍ଟେଜରେ ସେ ସବୁଠୁ ଅଧିକ ୬ ମ୍ୟାଚରେ ୧୩ଟି ୱିକେଟ୍ ନେଇଥିଲେ ।

ଆଜିର ଫାଇନାଲ୍ ମ୍ୟାଚରେ ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୬୮ ରନ୍ ସଂଗ୍ରହ କରି ୨ଟି ୱିକେଟ୍ ହରାଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ପାକିସ୍ତାନ ୮ ୱିକେଟ୍ ହରାଇ ୧୩୭ ରନ୍ କରିବାରେ ସମର୍ଥ ହୋଇଥିଲା । ଦଳ ପକ୍ଷରୁ ଶାନ ମସୁଦ ସର୍ବାଧିକ ୩୮ ରନ୍ କରିଥିବା ବେଳେ ଅଧିନାୟକ ବାବର ଆଜମ ୩୨ ରନର ପାଳି ଖେଳିଥିଲେ ।

୧୩୮ ରନର ବିଜୟ ଲକ୍ଷ୍ୟ ପିଛା କରି ଇଂଲଣ୍ଡ ପ୍ରଥମ ୫ ଓଭରରେ ୪୩ ରନ୍ ସଂଗ୍ରହ କରି ୨ ୱିକେଟ୍ ହରାଇଥିଲା । ୧୧ ବେଳକୁ ଇଂଲଣ୍ଡ ୩ ୱିକେଟ୍ ହରାଇବା ସହ ବିଶ୍ୱକପ୍ ବିଜୟ ପାଇଁ ଆଉ ୫୯ ରନ୍ ଆବଶ୍ୟକ କରୁଥିଲା । ଏହାପରେ ଦଳ ପାଇଁ ଦମଦାର ପାଳି ଖେଳିଥିଲେ ବେନ୍ ଟୋକ୍ସ । ଶେଷରେ ଦଳ ୧୯ ଓଭରରେ ୧୩୮ ରନ୍ କରିବା ସହ ବିଶ୍ୱକପକୁ ପାକିସ୍ତାନ ଠାରୁ ୫ ୱିକେଟରେ ଛଡ଼ାଇ ନେଇଛି ।

Leave A Reply

Your email address will not be published.