ହାଇଦ୍ରାବାଦ : କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ସ୍ୱଦେଶୀ ବ୍ରାଣ୍ଡ୍ଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ଆହ୍ୱାନକୁ ଆଉ ପାଦେ ଆଗେଇ ନେଇଛନ୍ତି ଟେନିସ୍ ତାରକା ସାନିଆ ମିର୍ଜା । ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ସ୍ୱତନ୍ତ୍ର ଭାରତୀୟ ବ୍ରାଣ୍ଡ୍, ଡିଜାଇନର, ଶିଳ୍ପୀ ଓ ବ୍ୟବସାୟଗୁଡିକୁ ପ୍ରମୋଟ୍ କରିବା ପାଇଁ ସେ ଇଚ୍ଛା ପ୍ରକାଶ କରିଛନ୍ତି ।
ବର୍ତ୍ତମାନର କରୋନା ମହାମାରୀ ପରିସ୍ଥିତିରେ ସମାଜକୁ ନିଜ ଅବଦାନ ଭାବରେ ସ୍ଥାନୀୟ ତଥା ସ୍ୱଦେଶୀ ବ୍ରାଣ୍ଡଗୁଡିକୁ ସହାୟତୀ କରିବା ପାଇଁ ସେ ଆରମ୍ଭ କରିଛନ୍ତି ‘ସପୋର୍ଟ ସ୍ମଲ ବାଏ ସାନିଆ’ ଅଭିଯାନ ।
ଏହି ଅଭିଯାନର ଲାଭ ନେବାକୁ ଇଚ୍ଛୁକ ଥିବା ଅଭିନବ ସ୍ୱଦେଶୀ ବ୍ରାଣ୍ଡଗୁଡିକୁ ସେମାନଙ୍କ ବ୍ୟବସାୟ ସମ୍ପର୍କରେ ତାଙ୍କୁ ଇମେଲ କରିବା ପାଇଁ କହିଛନ୍ତି ସାନିଆ । ଏଥି ସହ ଇନଷ୍ଟାଗ୍ରାମରେ ସେ #SanDesi ହାସଟ୍ୟାଗ୍ ବ୍ୟବହାର କରିଛନ୍ତି ।
Comments are closed.