Latest Odisha News

BREAKING NEWS

ଇଞ୍ଜିନିୟରିଂ ଧାରାର ଅନଲାଇନ ଶିକ୍ଷାଦାନ ନିମନ୍ତେ ପଦକ୍ଷେପ ଗ୍ରହଣ କଲେ ଆଇଆଇଟି ମାଡ୍ରାସ ପ୍ରଫେସର୍‌

ଚେନ୍ନାଇ:  ଇଣ୍ଡିଆନ ଇନଷ୍ଟିଟିୟୁଟ ଅଫ୍ ଟେକ୍ନୋଲୋଜି, ମାଡ୍ରାସର ବିଭିନ୍ନ ବିଭାଗର ପ୍ରଖ୍ୟାତ ପ୍ରୋଫେସର ମାନେ ଇଂଜିନିୟରିଂ ଧାରାର ଅନଲାଇନ ଶିକ୍ଷାଦାନ ନିମନ୍ତେ ଏକ ପଦକ୍ଷେପ ନେଇଛନ୍ତି ।

BjdElectrycity

ଚଳିତ ବର୍ଷ ସାର୍ବଜନିକ ପରୀକ୍ଷା ପାରି କରିଥିବା ଦ୍ୱାଦଶ ଶ୍ରେଣୀୟଙ୍କ ସକାଶେ ନିଆଯାଇଥିବା ଏହି ପଦକ୍ଷେପ ଲାଭପ୍ରଦ ହେବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ଏହି ସୁବିଧା ସମସ୍ତଙ୍କ ପାଇଁ ନିଃଶୁଳ୍କ ରଖାଯାଇଥିବା ସୂଚନା ମିଳିଛି ।

ଅଧିକ ପଢନ୍ତୁ: ବଢିଲା ଏନଏଚ୍‌ଏମ୍ ନିଯୁକ୍ତି ଫର୍ମ ପୈଠର ଶେଷ ସମୟସୀମା !

ଏତଦ୍ ବ୍ୟତିତ ନ୍ୟାସନାଲ ପ୍ରୋଗ୍ରାମ ଅନ୍ ଟେକ୍ନୋଲୋଜି ଏନହାଞ୍ଚଡ୍ ଲର୍ଣ୍ଣିଙ୍ଗ (ଏନ୍‌ପିଟିଇଏଲ) ସହଯୋଗରେ, ଏଆଇସିଟିଇ ଗାଇଡଲାଇନ ଅନୁସାରେ ମିଳିବାକୁ ଥିବା ୨୦ ପ୍ରତିଶତ କ୍ରେଡିଟ ଟ୍ରାନ୍ସଫର ସହ, ଅନୁଷ୍ଠାନ ପକ୍ଷରୁ ପ୍ରାୟ ୪୦୦ରୁ ଉର୍ଦ୍ଧ ଅନ୍‌ଲାଇନ ପାଠ୍ୟକ୍ରମରେ ଯୋଗଦେବାର ସୁଯୋଗ ଦିଆଯାଇଛି ।

ଏନ୍‌ପିଟିଇଏଲ ୩୮୦୦ ରୁ ଉର୍ଦ୍ଧ ଇଂଜିନିୟରିଂ,ସାଇନ୍ସ,କମର୍ସ,ଆର୍ଟସ୍ ଓ ମ୍ୟାନେଜମେଣ୍ଟ କଲେଜ ସହ ବର୍ତ୍ତମାନ କାର୍ଯ୍ୟ କରୁଛି । କ୍ରେଡିଟ ଟ୍ରାନ୍ସଫର ସୁବିଧା ପାଇବା ସକାଶେ ବିଶ୍ୱବିଦ୍ୟାଳୟ ତଥା ଅଟୋନମସ୍ କଲେଜ ମାନଙ୍କୁ ନିଜ ଅନୁଷ୍ଠାନ ମାନଙ୍କରେ ଏହି କ୍ରେଡିଟ ଟ୍ରାନ୍ସଫର ପଲିସିକୁ ଲାଗୁ କରିବାକୁ ହେବ ।

କିଛି ବିଶ୍ୱବିଦ୍ୟାଳୟ ତଥା ଅଟୋନମସ୍ କଲେଜରେ ପୂର୍ବରୁ ହିଁ ଏହି ସୁବିଧା ଉପଲବ୍ଧ ଥିବା କଥା ଏନ୍‌ପିଟିଇଏଲ-ଆଇଆଇଟି ମାଡ୍ରାସ ପ୍ରୋଫେସର ଏଣ୍ଡ୍ରିୟୁ ଥଙ୍ଗରାଜ କହିଛନ୍ତି ।

Leave A Reply

Your email address will not be published.