ଭୁବନେଶ୍ୱର: ବିଶୋଧନ ହେଲା ଲୋକସେବା ଭବନ । କ୍ଲୋରିନ ପାଣିରେ ପୁରା ଲୋକସେବା ଭବନକୁ ପରିଷ୍କାର କରାଗଲା । ଆସନ୍ତାକାଲି ଲୋକସେବା ଭବନରେ ଗୋଟିଏ ଦିନ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବ । ତେଣୁ ଏହା ପୂର୍ବରୁ ଲୋକସେବା ଭବନକୁ ସାନିଟାଇଜ କରାଯାଇଛି ।
ଓଡ଼ିଶା ଅଗ୍ନିଶମ ସେବା କର୍ମଚାରୀମାନେ ଆଜି ଲୋକସେବା ଭବନକୁ ପୁରା ସଫା କରିଛନ୍ତି । ଲୋକସେବା ଭବନର ସମସ୍ତ କାନ୍ଥ, ଗେଟ, ପ୍ରବେଶ ପଥ ଏବଂ ପୁରା ପରିସରକୁ କ୍ଲୋରିନ୍ ପାଣିରେ ସଫା କରାଯାଇଛି ।
ଓଡ଼ିଶାର ତୃତୀୟ କରୋନା ଆକ୍ରାନ୍ତ ବିଧାନସଭା ପରିସରରେ ଥିବା ଡିସପେନସରୀକୁ ଯିବା ପରେ ବିଧାନସଭାକୁ ବନ୍ଦ ଘୋଷଣା କରିଥିଲେ ବାଚସ୍ପତି । କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେବା ସହ ଲୋକସେବା ଭବନରେ ସ୍ୱତନ୍ତ୍ର ଅଧିବେଶନ କରିବାକୁ ନିଷ୍ପତି ନିଆଯାଇଥିଲା ।
BREAKING NEWS
- ନର୍ସରୀ ରାଇମ୍ ମାଧ୍ୟମରେ ୨୦୨୬ ବଜେଟକୁ କଟାକ୍ଷ କଲେ ମମତା
- ଜୋକୋଭିଚଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ହାସଲ କଲେ ଆଲକାରଜ
- ବଜେଟରେ ନିର୍ମଳା ସୀତାରମଣଙ୍କ ଶାଢ଼ି ସ୍ୱାଗ୍, ପ୍ରତ୍ୟେକ ଥର ଏକ ଭିନ୍ନ ଶୈଳୀ ଆସନ୍ତି ନଜର…
- ନନ୍ଦନକାନନରେ କୁମ୍ଭୀର ମୃତ; ୮ ଦିନରେ ୫…
- Development Projects In Subarnapur: ସୁବର୍ଣ୍ଣପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬୩୩ କୋଟିର ପ୍ରକଳ୍ପ ଘୋଷଣା,ଓପନ୍ ଏୟାର ଥିଏଟର ପାଇଁ ୧୧.୨୩ କୋଟି
- Union Budget 2026: ଟିକସ ସ୍ଲାବରେ ମଧ୍ୟବିତ୍ତ ବର୍ଗଙ୍କ ପାଇଁ କଣ ରହିଛି…
- ଝାରଖଣ୍ଡ ନିକଟରୁ ୪ ୱିକେଟରେ ହାରିଲା ଓଡିଶା
- Union Budget 2026: ବଜେଟ ସବୁ ବର୍ଗ ପାଇଁ ସହାୟକ: ମୁଖ୍ୟମନ୍ତ୍ରୀ
- Budget 2026: ୧୫ ହଜାର ସ୍କୁଲ ଏବଂ ୫୦୦ କଲେଜରେ ଖୋଲିବ କ୍ରିଏଟର ଲ୍ୟାବ୍; ଗେମିଂରେ ୧୦ ଲକ୍ଷ ନିଯୁକ୍ତି
- ପ୍ରତିରକ୍ଷା କ୍ଷେତ୍ର ପାଇଁ ବଡ଼ ଧରଣର ବ୍ୟୟବରାଦ ଘୋଷଣା କଲେ ସରକାର..
Comments are closed.