Latest Odisha News

କୋଭିଡ-୧୯ ଲକଡାଉନ: ବିଦ୍ୟାଳୟ ଓ ହଷ୍ଟେଲ ବିଲ୍ଡିଂରେ ରହିବେ ପ୍ରବାସୀ ଶ୍ରମିକ

ଭୁବନେଶ୍ୱର: କରୋନାଭାଇରସ ଭୟରେ ପଡୋଶୀ ରାଜ୍ୟରୁ ଫେରିଆସୁଥିବା ପ୍ରବାସୀ ଶ୍ରମିକଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ଶ୍ରମିକମାନଙ୍କୁ ସ୍କୁଲ ଏବଂ ହଷ୍ଟେଲ ବିଲ୍ଡିଂରେ ରଖିବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି।

ଏନେଇ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନର ଏବଂ ପୌର ସଂସ୍ଥା କର୍ତ୍ତୃପକ୍ଷ, ମୁଖ୍ୟ ସଚିବ (ଗୃହ) ସଞ୍ଜୀବ ଚୋପ୍ରାଙ୍କୁ ଏକ ପତ୍ରରେ କୁହାଯାଇଛି, ଏହି ଶ୍ରମିକମାନଙ୍କ ଲାଗି ବନ୍ଦ ରହିଥିବା ସ୍କୁଲ ଏବଂ ହଷ୍ଟେଲ ବିଲ୍ଡିଂକୁ ଅସ୍ଥାୟୀ ଆଶ୍ରୟସ୍ଥଳୀ ଭାବରେ ବ୍ୟବହାର କରାଯିବ । ଲକଡାଉନ୍ ଅବଧି ଶେଷ ହେବା ପର‌୍ୟ୍ୟନ୍ତ ସେମାନଙ୍କୁ ଏହି ସ୍ଥାନରେ ରଖାଯିବା ସହ ସମସ୍ତ ଆବଶ୍ୟକୀୟ ସୁବିଧା ଉପଲବ୍ଧ କରାଇବାକୁ କୁହାଯାଇଛି ।

ଏହା ବ୍ୟତୀତ ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ସରକାର ।

Leave A Reply

Your email address will not be published.