Latest Odisha News

BREAKING NEWS

ପ୍ରଶଂସକଙ୍କ ଚିନ୍ତା ବଢ଼ାଇଲା ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ବୁମରାହ ପତ୍ନୀଙ୍କ ମେସେଜ

ନ୍ୟୁୟର୍କ: ଚଳିତ ଟି୨୦ ବିଶ୍ୱକପରେ ଭାରତ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଏବେ ପ୍ରଶଂସକମାନେ ହାଇ ଭୋଲଟେଜ ଭାରତ-ପାକିସ୍ତାନ ମୁକାବିଲାକୁ ଅପେକ୍ଷା କରି ରହିଛନ୍ତି । ଏହା ମଧ୍ୟରେ ଯଶପ୍ରୀତ ବୁମରାହଙ୍କ ପତ୍ନୀ ସଞ୍ଜନା ଗଣେଷନଙ୍କ ଏକ କ୍ରିପଟିକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ସେ ଲେଖିଛନ୍ତି ମୁଁ ବ୍ୟଗ୍ରତା ସହକାରେ ଯଶପ୍ରୀତଙ୍କ ଟସ ପକାଇବାକୁ ଅପେକ୍ଷା କରିଛି । ତାଙ୍କର ଏହି ପୋଷ୍ଟ ଭାଇରାଲ ହେବା ସହ ପ୍ରଶଂସକଙ୍କ ଚିନ୍ତା ବଢ଼ାଇଛି । ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ସାମାନ୍ୟ ଆଘାତପ୍ରାପ୍ତ ହୋଇଥିଲେ । ସେ ଏହି ମ୍ୟାଚ ଖେଳିବେ କି ନାହିଁ ସେ ନେଇ ପ୍ରଶଂସକମାନେ ଦ୍ୱନ୍ଦ୍ୱରେ ପଡି ଯାଇଛନ୍ତି ।

ଅବଶ୍ୟ ରୋହିତ କିମ୍ବା ଟିମ ମ୍ୟାନେଜମେଂଟ ପକ୍ଷରୁ ସେ ଖେଳିବେ କି ନାହିଁ ସେ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ । ଅପରପକ୍ଷରେ ରୋହିତଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ଦାୟିତ୍ୱ ତୁଲାଇବେ । ଅନ୍ୟ କେତେକଙ୍କ ମତରେ ସଞ୍ଜାନା କୌଣସ ବିଜ୍ଞାପନ ନେଇ ଏ ଭଳି ପୋଷ୍ଟ କରିଛନ୍ତି । ଜୁନ ୯ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ । ପାକିସ୍ତାନ ତାର ପ୍ରଥମ ମ୍ୟାଚରେ ଆମେରିକାଠାରୁ ହାରି ଯାଇଛି ।

Comments are closed.