Latest Odisha News

BREAKING NEWS

‘ଓସିଏ’ ସମ୍ପାଦକ ଭାବେ ନିର୍ବାଚିତ ହେଲେ ସଞ୍ଜୟ ବେହେରା

କଟକ: ଓଡ଼ିଶା କ୍ରିକେଟ ଆସୋସିଏସର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ‘ଓସିଏ’ର ନୂତନ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ।

ଏହି ବହୁ ପ୍ରତିକ୍ଷୀତ ନିର୍ବାଚନରେ ଶ୍ରୀ ବେହେରା ସମୁଦାୟ ୭୧ଜଣ ସଦସ୍ୟଙ୍କ ମଧ୍ୟରୁ ୪୫ଟି ଭୋଟ ପାଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ନବ ପଟ୍ଟନାୟକଙ୍କୁ ପରାସ୍ତ କରିପାରିଛନ୍ତି ।

ସେହିପରି ମହତାବ ଖାନ୍ ୪୦ ଖଣ୍ଡ ଭୋଟ ହାସଲ କରି ସଂଯୁକ୍ତ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ବିକାଶ ପ୍ରଧାନ ଓସିଏର କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବାର ସୂଚନା ମିଳିଛି ।

ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ସଭାପତି ଓ ଉପ-ସଭାପତି ନିର୍ବାଚନର ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇନାହିଁ ।

ଏଠାରେ ଉଲ୍ଲେଖଯୋଗ୍ୟ, ଏହି ନିର୍ବାଚନରେ ସଭାପତି, ଉପ-ସଭାପତି, ସମ୍ପାଦକ, ସଂଯୁକ୍ତ ସମ୍ପାଦକ, କୋଷାଧ୍ୟକ୍ଷ, କାଉନସିଲର ଏବଂ ଆପେକ୍ସ କାଉନସିଲର ପଦବୀ ଲାଗି ବାରବାଟୀ ଷ୍ଟାଡ଼ିୟମରେ ଭୋଟଗ୍ରହଣ ଶୁକ୍ରବାର ସକାଳେ ଅନୁଷ୍ଠିତ ହୋଇଥିଲା ।

Comments are closed.