Latest Odisha News

ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି କୋବିନ୍ଦ

ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ତାଙ୍କ ସାଙ୍ଗରେ ତାଙ୍କ ପତ୍ନୀ ସବିତା କୋବିନ୍ଦ ମଧ୍ୟ ଅଛନ୍ତି ।

ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ରାଜକମଲ ଯୋଗେ ଆଜି ମଧ୍ୟାହ୍ନ ୨ ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ।

ବିମାନ ବନ୍ଦରରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ପୁଲିସ ଡିଜି ବିଜୟ କୁମାର ଶର୍ମା, କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ ।

ସେଠାରୁ ବାୟୁସେନାର ହେଲିକପ୍ଟର ଯୋଗେ ରାଷ୍ଟ୍ରପତି ଗଞ୍ଜାମ ଜିଲ୍ଲାର ଗୋପାଳପୁରକୁ ଯାତ୍ରା କରିଛନ୍ତି ।

ରାଷ୍ଟ୍ରପତିଙ୍କ ଯାତ୍ରାସୂଚୀ ଅନୁଯାୟୀ, ସେ ଆଜି ଗୋପାଳବନ୍ଧ ସ୍ଥିତ ଆର୍ମି ଡିଫେନ୍ସ କଲେଜର ‘କଲର ଆୱାର୍ଡ’ ପ୍ରଦାନ କାର୍ଯ୍ୟକ୍ରମରେ ଯୋଗ ଦେବେ । ପରେ ଭୁବନେଶ୍ୱର ଦେଇ ନୂଆଦିଲ୍ଲୀକୁ ପ୍ରସ୍ଥାନ କରିଯିବେ ରାଷ୍ଟ୍ରପତି ।

Leave A Reply

Your email address will not be published.