Latest Odisha News

BREAKING NEWS

୨୪ ଘଂଟାରେ ବିଦ୍ରୋହୀ ମନ୍ତ୍ରୀ ପଦ ହରାଇବେ : ସଞ୍ଜୟ

ମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନା ସାଂସଦ ସଞ୍ଜୟ ରାଉତ ପୁଣି ବିଦ୍ରୋହୀ ବିଧାୟକ ଓ ମନ୍ତ୍ରୀଙ୍କୁ ଚେତାବନୀ ଦେଇଛନ୍ତି । ଏକ ସ୍ଥାନୀୟ ନ୍ୟୁଜ ଚ୍ୟାନେଲରେ ସେ କହିଛନ୍ତି ଯେ, ଆଗାମୀ ୨୪ ଘଂଟା ମଧ୍ୟରେ ବିଦ୍ରୋହୀ ମନ୍ତ୍ରୀମାନେ ସେମାନଙ୍କ ପଦ ହରାଇବେ । ସେହିପରି ବିରୋଧର ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ ଏହି ଝାମେଲାଠାରୁ ଦୂରେଇ ରହିବା ପାଇଁ ସଞ୍ଜୟ କହିଛନ୍ତି । ପୂର୍ବରୁ ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଶିବସେନା ଅଧ୍ୟକ୍ଷ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅଧିକାର ପ୍ରଦାନ କରାଯାଇଛି ।

ଅପରପକ୍ଷରେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱଲେ କହିଛନ୍ତି ମହାରାଷ୍ଟ୍ର ମହା ବିକାଶ ଅଘାଡି ଗଠବନ୍ଧନ ସରକାର ଏବେ ଅଳ୍ପମତରେ ଅଛି । ବିଧାୟକଙ୍କୁ ଧମକ ଦେବା ଆବଶ୍ୟକ ନାହିଁ । ଏକନାଥ ଶିନ୍ଧେଙ୍କ ସହ ଦୁଇ ତୃତୀୟାଂଶ ବିଧାୟକ ଅଛନ୍ତି । ଶିବସେନା କାର୍ଯ୍ୟକର୍ତା ଯଦି ଗୁଣ୍ଡା ଗର୍ଦ୍ଦି କରିବେ ତେବେ ଆମେ ତାଙ୍କୁ ତାଙ୍କ ଢ଼ଙ୍ଗରେ ଜବାବ ଦେବୁ ବୋଲି ଅଠାୱଲେ କହିଛନ୍ତି । ଆମେ ଶିବସେନା ଛାଡିନୁ । ଏକନାଥଙ୍କୁ ଦଳର ନେତା ବାଛିଛୁ ବୋଲି । ଶିବସେନା ବିଧାୟକ ଦୀପକ କେସରକର କହିଛନ୍ତି । ରିପୋର୍ଟ ମୁତାବକ ଶୁକ୍ରବାର ବିଳମ୍ବିତ ରାତିରେ ଫଡନାଭିସ ଓ ଏକନାଥ ଭଦୋଦରାରେ ପରସ୍ପରକୁ ଭେଟିଥିଲେ ।

Leave A Reply

Your email address will not be published.