Latest Odisha News

BREAKING NEWS

୧୯୭୫ ର ଜରୁରୀକାଳୀନ ପରିସ୍ଥିତି : କଳାଦିବସ ଭାବେ ପାଳନ କଲା ବିଜେପି

ଭୁବନେଶ୍ୱର: ୧୯୭୫ ମସିହା ଜୁନ ୨୫ ତାରିଖ ମଧ୍ୟ ରାତ୍ରିରେ ସମ୍ବିଧାନକୁ ହତ୍ୟା କରିବା ସହ ଗଣତନ୍ତ୍ରର କଣ୍ଠରୁଦ୍ଧ କରି କଂଗ୍ରେସ ଦଳ ଆମ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଥିଲା । ୪୭ ବର୍ଷ ପୂର୍ବେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ଅତ୍ୟାଚାର ବିରୁଦ୍ଧରେ ଯିଏ ସ୍ୱର ଉଠାଇଥିଲେ ସେମାନଙ୍କ ବିରୁଦ୍ଧରେ ୨ ଲକ୍ଷରୁ ଉର୍ଦ୍ଧ୍ୱ ମିଥ୍ୟା ଏତଲା ଦାୟର କରାଯାଇ ଗିରଫ କରାଯାଇଥିଲା ବୋଲି କହିଛନ୍ତି ବିଜେପି ସଭାପତି ସମୀର ମହାନ୍ତି ।

ଦୀର୍ଘ ୨୧ ମାସ ଧରି ଦେଶରେ ଜରୁରୀକାଳିନ ପରିସ୍ଥିତି ଜାରୀ ରହିଥିଲା । ଜୋର ଜବରଦସ୍ତ ଭାବେ ବିରୋଧୀ ରାଜନୈତିକ ଦଳର ନେତା, ସତ୍ୟାଗ୍ରହୀ, ବୁଦ୍ଧିଜୀବୀ ଏବଂ ସାମ୍ବାଦିକମାନଙ୍କୁ ମିଶା ଆଇନ ବଳରେ କାରାଗାରକୁ ପଠାଇ ଦିଯାଇଥିଲା  ବୋଲି କହିଛନ୍ତି ଶ୍ରୀ ମହାନ୍ତି ।

ଗଣତନ୍ତ୍ରର ହତ୍ୟା କରିବାକୁ ଯାଇ ଆଇନକୁ ହତ୍ୟା କରି ସୁପ୍ରିମକୋର୍ଟର କନିଷ୍ଠ ବିଚାରପତିଙ୍କୁ ମୁଖ୍ୟ ବିଚାରପତି କରାଯାଇଥିଲା । ସେହି ଦିନଠାରୁ ଭାରତର ଗଣତନ୍ତ୍ରରେ ଆଜିର ଦିନକୁ କଳା ଦିବସର ଆଖ୍ୟା ଦିଆଯାଇଛି । ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଅଗଣିତ ସତ୍ୟାଗ୍ରହୀଙ୍କ ବଳିଦାନ ଅବିସ୍ମରଣୀୟ ବୋଲି ରାଜ୍ୟ ସଭାପତି  ସମୀର ମହାନ୍ତି କହିଛନ୍ତି ।

କେବଳ ଶାସନ କ୍ଷମତା ଏବଂ ପଦବୀ ଲୋଭରେ କୋଟି କୋଟି ଲୋକଙ୍କ ସାମ୍ବିଧାନିକ ଅଧିକାରକୁ କଂଗ୍ରେସ ଦଳ ଜଳାଞ୍ଜଳି ଦେଇଆସିଛି । ସମ୍ବିଧାନରେ ଦିଆଯାଇଥିବା ବ୍ୟକ୍ତିର ସ୍ୱାଧୀନତା, ଗଣମାଧ୍ୟମର ସ୍ୱତନ୍ତ୍ରତା, ନ୍ୟାୟପାଳିକାର ସ୍ୱତନ୍ତ୍ରତାକୁ ମଧ୍ୟ ହତ୍ୟା କରିବାକୁ ପଛାଇ ନାହିଁ କଂଗ୍ରେସ ।

ଜରୁରୀକାଳିନ ପରିସ୍ଥିତିରେ ଗଣତନ୍ତ୍ରକୁ ସୁରକ୍ଷା ଦେବା ପାଇଁ ଦେଶର ବହୁ ବ୍ୟକ୍ତି ନିଜ ସ୍ୱାଧୀନତାକୁ ଜଳାଞ୍ଜଳୀ ଦେଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ, ଡ. ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନବକୃଷ୍ଣ ଚୌଧୁରୀ, ଲାଲକୃଷ୍ଣ ଆଡଭାନୀ, ମୋରାଜୀ ଦେଶାଇ, ରବି ରାୟଙ୍କ ସମେତ ଅଗଣିତ ସଂଖ୍ୟାରେ ନାଗରିକ ଗଣତନ୍ତ୍ରର ଓ ସମ୍ବିଧାନର ସଂରକ୍ଷଣ ପାଇଁ ନିଜ ତରଫରୁ ଯୋଗ ଦେଇଥିଲେ ।

ଓଡିଶାର ଥିବା ୧୨୦୦ରୁ ଉର୍ଦ୍ଧ୍ୱ ସତ୍ୟାଗ୍ରହୀ ଏବଂ ମିଶା ଆଇନ ବଳରେ ଗିରଫ ହୋଇଥିବା ୩୦୦ରୁ ଊର୍ଦ୍ଧ୍ୱ ଛାତ୍ର, ଯୁବ ଏବଂ ରାଜନେତାଙ୍କୁୁ ଗିରଫ କରାଯାଇଥିଲା । ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ରାଜ୍ୟର ଅଗଣିତ ସତ୍ୟାଗ୍ରହୀଙ୍କ ବଳିଦାନ ଓ ଯୋଗଦାନ ଅବିସ୍ମରଣୀୟ । ତେଣୁ ସେହି ମହାନ୍ ବ୍ୟକ୍ତିଙ୍କୁ ସମସ୍ତ ବିଜେପି କାର୍ଯ୍ୟକର୍ତାଙ୍କ ତରଫରୁ ଧନ୍ୟବାଦ ଦେବା ସହ ସେମାନଙ୍କ ବଳିଦାନକୁ ସମ୍ମାନୀତ କରାଯାଇଛି ।

ରାଜ୍ୟ କାର୍ଯ୍ୟାଳୟଠାରେ ବୁଦ୍ଧିଜୀବୀ ପ୍ରକୋଷ୍ଠ ପକ୍ଷରୁ ଗଣତନ୍ତ୍ରର ସୁରକ୍ଷା ଦିବସ ପାଳନ କରାଯିବା ସହିତ ଜରୁରୀକାଳିନ ପରିସ୍ଥିତିରେ କାରାବରଣ କରିଥିବା ସଂଗ୍ରାମୀ ବନ୍ଧୁମାନଙ୍କୁ ସମ୍ବର୍ଦ୍ଧିତ କରାଯ୍ଧବଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ, ବୁଦ୍ଧିଜୀବି ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ସର୍ଜନ ଶର୍ମା ଓ ଭୁବନାନନ୍ଦ ତ୍ରିପାଠୀ ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.