Latest Odisha News

BREAKING NEWS

ସୁଟିଂ ସେଟ୍‌ରେ ଆହତ ହେଲେ ସଞ୍ଜୟ ଦତ୍ତ

ମୁମ୍ବାଇ: ସୁଟିଂ ସେଟ୍‌ରେ ଆହତ ହେଲେ ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତ । ବାଙ୍ଗାଲୋର ନିକଟରେ ତାଙ୍କର କନଡ଼ ଫିଲ୍ମ ସୁଟିଂ ସେଟ୍‌ରେ ଆହତ ହୋଇଥିବା ଜଣାଯାଇଛି । ଏହି ଫିଲ୍ମର ଏକ ବୋମା ବିସ୍ଫୋରଣ ସିନ୍ ସୁଟିଂ ଚାଲିଥିଲା । ଏହି ସମୟରେ ବିସ୍ପୋରଣ ହେବାରୁ ସଞ୍ଜୟଙ୍କ ହାତ, କହୁଣି ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହାପରେ ଫିଲ୍ମର ସୁଟିଂକୁ ବନ୍ଦ କରି ଦିଆଯାଇଛି ।

ସଞ୍ଜୟ ଫାଇଟ ମାଷ୍ଟର ଡକ୍ଟର ରବି ବର୍ମାଙ୍କ ମୁଭି ‘କେଡି: ଦ ଡେଭିଲ’ପାଇଁ ଫାଇଟ କମ୍ପୋଜ କରୁଥିଲେ । ଏହି ସମୟରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ । ଏହି ଖବର ମିଳିବା ପରେ ପ୍ରଶଂସକମାନେ ସଞ୍ଜୟଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହି ମୁଭିରେ ସେ ଖଳନାୟକ ଭୂମିକାରେ ନଜର ଆସିବେ ।

Leave A Reply

Your email address will not be published.