Latest Odisha News

ପ୍ରଭାସଙ୍କ ହରର କମେଡି ଫିଲ୍ମରେ ଅଭିନୟ କରିବେ ସଞ୍ଜୟ

ମୁମ୍ବାଇ: ବାହୁବଳୀ ଫେମ ପ୍ରଭାସ ଏବେ ମାରୁଥୀଙ୍କ ହରର କମେଡୀ ଫିଲ୍ମର ଶୁଟିଂ ଆରମ୍ଭ ହୋଇଯାଇଛି । ଏହି ଫିଲ୍ମରେ ସଞ୍ଜୟ ଦତ ଏବଂ ଜରୀନା ୱାହାବଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ମିଳିଛି । ଜରୀନା ମାଆ ଏବଂ ଜେଜେମାଆ ୨ଟି ଯାକ ଭୂମିକା କରିବେ । ସଞ୍ଜୟ ଜେଜେବାପା ଭୂମିକାରେ ଅବତୀର୍ଣ୍ଣ ହେବେ । ବର୍ତମାନ ଏହା କେବଳ ତେଲୁଗୁ ଭାଷାରେ ରିଲିଜ ହେବ ବୋଲି ଜଣାପଡିଛି । ମେକର୍ସଙ୍କ ପକ୍ଷରୁ ଖୁବଶୀଘ୍ର ୩ଜଣ ହୀରୋଇନଙ୍କ ନାମ ଘୋଷଣା କରାଯିବ ବୋଲି କୁହାଯାଇଛି । ଡିସେମ୍ବର ୧୭ସୁଦ୍ଧା ଫିଲ୍ମର ଦ୍ୱିତୀୟ ପର୍ଯ୍ୟାୟ ଶୁଟିଂ ସିଡ୍ୟୁଲ ଶେଷ ହୋଇଛି ।

ପ୍ରଭାସଙ୍କ ହାତରେ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ଥିବାରୁ ତାଙ୍କ ଉପରେ ଫିଲ୍ମ କେବେ ରିଲିଜ ହେବ ତାହା ସମ୍ପୂର୍ଣ୍ଣ ଭାବେ ନିର୍ଭର କରୁଛି । ଡିସେମ୍ବର ୨୫ରୁ ୨୬ ମଧ୍ୟରେ ହାଇଦ୍ରାବାଦରେ ପୁନର୍ବାର ଏହାର ଶୁଟିଂ ଆରମ୍ଭ ହେବ । ଯେତେଦୂର ସମ୍ଭବ ଫିଲ୍ମଟି ଆସନ୍ତା ବର୍ଷ ଶେଷ ଭାଗରେ ରିଲିଜ ହେବ ବୋଲି ଅନୁମାନ କରାଯାଉଛି । କେଜିଏଫ ୨ ପରେ ସଞ୍ଜୟଙ୍କ ଚାହିଦା ଟଲିଉଡରେ ବୃଦ୍ଧି ପାଇବାରେ ଲାଗିଛି । ଏବେ ତାଙ୍କ ହାତରେ ୨/୩ଟି ବଡ ପ୍ରୋଜେକ୍ଟ ରହିଛି ।

Leave A Reply

Your email address will not be published.