Latest Odisha News

BREAKING NEWS

୧୧ ବର୍ଷ ପୁନର୍ବାର ଏକତ୍ର ଅଭିନୟ କରିବେ ସୁନୀଲ, ସଞ୍ଜୟ

ମୁମ୍ବାଇ: ଦୀର୍ଘ ୧୧ ବର୍ଷ ପରେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ଭେଟେରାନ ଆକ୍ସନ ହୀରୋ ସଞ୍ଜୟ ଦତ ଓ ସୁନୀଲ ସେଟ୍ଟୀ ପୁନର୍ବାର ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । ଶେଷ ଥର ଉଭୟ ନୋ ପ୍ରୋବ୍ଲେମ ଫିଲ୍ମରେ ଅଭିନୟ କରିଥିଲେ । ୟମଲା ପଗଲା ଦିୱାନା ଫେମ ସମୀର କର୍ଣ୍ଣିକ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ।

ସଞ୍ଜୟ ଫିଲ୍ମରେ ଅଭିନୟ କରିବା ସହ କୋ-ପ୍ରଡ୍ୟୁସର ଦାୟିତ୍ୱ ତୁଲାଇବେ । ଅଧିକାଂଶ ଶୁଟିଂ ଉତର ଭାରତରେ ହେବ । ଏହା ଏକ କମେଡି ଫିଲ୍ମ ହେବ । ଈଶା ଗୁପ୍ତା, ଜାୟଦ ଖାଁ, ସୌରଭ ଶୁକ୍ଲା ଓ ଜାଭେଦ ଜାଫରୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ । ସଞ୍ଜୟ ଏବେ ବହୁ ଚର୍ଚ୍ଚିତ କେଜିଏଫ ଚ୍ୟାପ୍ଟର ୨ର ରିଲିଜ ନେଇ ବ୍ୟସ୍ତ ଅଛନ୍ତି । ସେ ଏଥିରେ ଖଳନାୟକ ଭୂମିକା କରୁଛନ୍ତି ।

Comments are closed, but trackbacks and pingbacks are open.