Latest Odisha News

BREAKING NEWS

ରଣବୀର, ଆଲିୟା, ଭିକ୍କିଙ୍କୁ ନେଇ ସଞ୍ଜୟ ଲୀଲା ଭନ୍ସାଲି କରିବେ ଲଭ ଅଣ୍ଡ ୱାର

ମୁମ୍ବାଇ: ସଞ୍ଜୟ ଲୀଲା ଭନ୍ସାଲି ତାଙ୍କ ଆଗାମୀ ଫିଲ୍ମ ଲଭ ଆଣ୍ଡ ୱାରର ଘୋଷଣା କରିଛନ୍ତି । ଏଥିରେ ରଣବୀର କାପୁର, ଆଲିୟା ଭଟ୍ଟ ଓ ଭିକ୍କି କୌଶଲ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ । ଯୁଦ୍ଧର ପୃଷ୍ଠଭୂମି ଉପରେ ଏହି ପ୍ରେମ କାହାଣୀ ଆଧାରିତ । ୨୦୨୪ରେ ମାରାଥନ ସିଡ୍ୟୁଲରେ କାମ ଆରମ୍ଭ ହେବ ବୋଲି ଭନ୍ସାଲୀ ସୂଚନା ଦେଇଛନ୍ତି । ଆସନ୍ତା ବର୍ଷ ଡିସେମ୍ବର ୨୫ରେ ଏହାକୁ ରିଲିଜ କରିବା ପାଇଁ ସ୍ଥିର କରାଯାଇଛି । ଭିକ୍କି କୌଶଲ ପ୍ରଶଂସକଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଏହି ଫିଲ୍ମ ସମ୍ପର୍କରେ ସୂଚନା ଦେଇଛନ୍ତି । ଆଲିୟା ଏବେ ଧର୍ମା ପ୍ରଡକ୍ସନ ସହ ଜିଗରା ଫିଲ୍ମ କରୁଛନ୍ତି । ଏହା ସେପ୍ଟମ୍ବର ୨୭ରେ ରିଲିଜ ହେବ ।

ଜିଗରା ପରେ ସେ ଭନ୍ସାଲୀଙ୍କ ଫିଲ୍ମ ପାଇଁ ଡେଟ ଦେବେ ବୋଲି ଜଣାପଡିଛି । ରଣବୀର, ଭିକ୍କି ଓ ଆଲିୟା ଭଲ ଅଭିନେତା ହୋଇଥିବା ବେଳେ ଭନ୍ସାଲୀଙ୍କ ଟ୍ରାକ ରେକର୍ଡ ଏହି ଫିଲ୍ମକୁ ଏକ ବଡ ହିଟ କରିବ ବୋଲି ପ୍ରଶଂସକ ଦୃଢ଼ ଆଶା ପୋଷଣ କରିଛନ୍ତି । ଭିକ୍କିଙ୍କ ବାପା ଶାମ କୌଶଲ ମଧ୍ୟ ଫିଲ୍ମ ନିଶ୍ଚିତ ଭାବେ ଭଲ ହେବ ବୋଲି କହିଛନ୍ତି ।

Leave A Reply

Your email address will not be published.