Latest Odisha News

BREAKING NEWS

ଅଧିକ ରିଲ୍ସରେ ରେକର୍ଡ କଲା ରାମ ଆୟେଂଗି ଗୀତ

ଅଯୋଧ୍ୟା: ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ସାରା ଭାରତକୁ ଏକ ଭକ୍ତି ଭାବନାରେ ଯୋଡି ଦେଇଛି । ଆଉ ଭାବନାକୁ ବ୍ୟକ୍ତ କରିବା ପାଇଁ ଗୀତ ଏବଂ ସଙ୍ଗୀତର ବିଶେଷ ଭୂମିକା ରହିଛି । ଏହି ଅବସରରେ ଅନେକ ଗୀତ ସୋସିଆଲ ମିଡିଆରେ ଆସିଥିଲା । ତେବେ ରାମ ଆୟେଂଗି ଗୀତ ବେଶ ଲୋକପ୍ରିୟ ହୋଇଥିଲା । ଏହାର କାରଣ ଥିଲା ଭକ୍ତ ଭାବାବେଗ ସହ ଏହା ଜଡିତ ଥିଲା । ସୋସିଆଲ ମିଡିଆରେ ଏହି ଗୀତକୁ ନେଇ ରେକର୍ଡ ସଂଖ୍ୟକ ରୀଲ୍ସ ପ୍ରସ୍ତୁତ ହୋଇଛି । ଗୋଟିଏ ଦିନରେ ୪ ମିଲିୟନରୁ ଅଧିକ ରୀଲ୍ସ ପ୍ରସ୍ତୁତ ହୋଇଥିଲା । ୟୁଟ୍ୟୁବରେ ଏହି ଗୀତକୁ ୨୬ ମିଲିୟନରୁ ଅଧିକ ଭ୍ୟୁଜ ମିଳି ସାରିଲାଣି ।

ବିଶାଳ ମିଶ୍ର ଏହି ଗୀତ ଗାଇଥିବା ବେଳେ ପାୟଲ ଦେବ ଏହାକୁ କମ୍ପୋଜ କରିଥିଲେ । ଗୀତରେ ଦୀପିକା ଚିଖାଲିୟା ଓ ସମୀର ଦେଶପାଣ୍ଡେଙ୍କୁ ଦେଖିବାକୁ ମିଳିଥିଲା । ନିଜ ନିଜ ଶୈଳୀରେ ଭକ୍ତ ଓ ପ୍ରଶଂସକମାନେ ଏହି ଗୀତକୁ ନେଇ ଚମତ୍କାର ରୀଲ୍ସ ପ୍ରସ୍ତୁତ କରିଛନ୍ତି । ଏହା ମଧ୍ୟରୁ ଅନେକ ଭାଇରାଲ ମଧ୍ୟ ହୋଇଛି ।

Leave A Reply

Your email address will not be published.