Latest Odisha News

BREAKING NEWS

ଏହି ତାରିଖରେ ରିଲିଜ ହେବ ଭଂସାଲୀଙ୍କ ଆଗାମୀ ଚଳଚ୍ଚିତ୍ର ‘ଲଭ୍ ଆଣ୍ଡ ୱାର’, ଏକାଠି ନଜର ଆସିବେ ୩ ଷ୍ଟାର

ମୁମ୍ବାଇ: ଖୁବ ଶିଘ୍ର ବଡ ପରଦାକୁ ଓହ୍ଲାଇବ ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ଚଳଚ୍ଚିତ୍ର ‘ଲଭ୍ ଆଣ୍ଡ ୱାର’ । ଏହି ଚଳଚ୍ଚିତ୍ରରେ ନଜର ଆସିବେ ୩ ହିଟ୍ ସୁପରଷ୍ଟାର ରଣବୀର କପୁର, ଆଲିଆ ଭଟ୍ଟ ଏବଂ ବିକି କୌଶଲ । ପୂର୍ବରୁ ଏହି ୩ଜଣ ଏକାଠି କାମ କରିନଥିବା ବେଳେ ପ୍ରଥମ କରି ୩ଜଣ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି। ଏହାରି ଭିତରେ ଏହି ଚଳଚ୍ଚିତ୍ରକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଚଳଚ୍ଚିତ୍ର ‘ଲଭ୍ ଆଣ୍ଡ ୱାର’ର ନୂତନ ରିଲିଜ ଡେଟ୍ ଘୋଷଣା କରାଯାଇଛି ।

ପ୍ରଥମେ ଏହି ଚଳଚ୍ଚିତ୍ରଟି ୨୦୨୫ ବଡଦିନରେ ରିଲିଜ ହେବାକୁ ଥୋବା ବେଳେ ଏବେ ଏହାର ରିଲିଜ ଡେଟ ବଦଳାଯାଇଛି । ଡେଟ ବଦଳାଇ ନୂତନ ଡେଟ ଘୋଷଣା କରିଛନ୍ତି ମେକର୍ସ । ନୂତନ ରିଲିଜ ଡେଟ୍ ଅନୁସାରେ ରଣବୀର କପୁର, ଆଲିଆ ଭଟ୍ଟ ଏବଂ ବିକି କୌଶଲ ଏହି ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ୨୦ ମାର୍ଚ୍ଚ ୨୦୨୬ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏସବୁ ଭିତରେ ସବୁଠାରୁ ଗୁରୁତ୍ଵପୁର୍ଣ୍ଣ କଥା ଏହା ଯେ, ଫିଲ୍ମର ରିଲିଜ ସମୟରେ ରାମନବମୀ, ରମଜାନ ଓ ଗୁଡି ପଡୱା ପରି ଅନେକ ପର୍ବପର୍ବାଣୀ ପଡୁଛି । ଫଳରେ ଆଶା କରାଯାଉଛି ଯେ, ଏହି ସମୟରେ ଫ୍ୟାନ୍ସ ମାନଙ୍କୁ ମିଳିଥିବା ଛୁଟିରେ ସେମାନେ ଫିଲ୍ମର ଭରପୁର ଆନନ୍ଦ ଉଠାଇପାରିବେ ।

ସଞ୍ଜୟ ଲୀଲା ଭଂସାଲୀଙ୍କ ସହ ରଣବୀର କପୁର ଏବଂ ସହ ଆଲିଆ ଭଟ୍ଟଙ୍କ ଦ୍ୱିତୀୟ ଫିଲ୍ମ ହେବ। ଏଥି ସହିତ ବିକି କୌଶଲ ପ୍ରଥମ ଥର ପାଇଁ ଭଂସାଲୀଙ୍କ ସହ ହାତ ମିଳାଇଛନ୍ତି। ରଣବୀର ଭଂସାଲୀଙ୍କ ଫିଲ୍ମ ‘ସାୱାରିଆ’ରୁ କ୍ୟାରିୟର ଆରମ୍ଭ କରିଥିଲେ। ସେହିପରି ଗାଙ୍ଗୁବାଇ ଚଳଚ୍ଚିତ୍ରରେ ଆଲିଆ ମଧ୍ୟ ତାଙ୍କର ଅଭିନୟର ଜଲୱା ଦେଖାଇଥିଲେ ।

Comments are closed.