Latest Odisha News

BREAKING NEWS

ରିଜର୍ଭ ବ୍ୟାଙ୍କର ୨୬ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ନେଲେ ସଞ୍ଜୟ ମାଲହୋତ୍ରା

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ନୂଆ ଗଭର୍ଣ୍ଣର ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି ସଞ୍ଜୟ ମାଲହୋତ୍ର। ଆରବିଆର ୨୬ତମ ଗଭର୍ଣ୍ଣର ଭାବରେ ସେ ଦାୟିତ୍ବ ଗ୍ରହଣ କରିଛନ୍ତି। ଆସନ୍ତା ୩ ବର୍ଷ ପାଇଁ ସେ ଦାୟିତ୍ବ ଗ୍ରହଣ କରିଛନ୍ତି।

ଗତ ଡିସେମ୍ବର ୯ ତାରିଖରେ କେନ୍ଦ୍ର ସରକାର ଆରବିଆଇ ଗଭର୍ଣ୍ଣର ଭାବେ ସଞ୍ଜୟ ମାଲହୋତ୍ରାଙ୍କ ନାମ ଘୋଷଣା କରିଥିଲେ। ୬ ବର୍ଷ ପରେ ଶକ୍ତିକାନ୍ତ ଦାସଙ୍କ ପରେ ସଞ୍ଜୟ ମାଲହୋତ୍ରା ଆରବିଆଇ ଗଭର୍ଣ୍ଣର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।

ଡିସେମ୍ବର ୧୦ ଅର୍ଥାତ ଗତକାଲି ଶକ୍ତିକାନ୍ତଙ୍କ କାର୍ଯ୍ୟକାଳର ଶେଷ ହୋଇଥିଲା। କେନ୍ଦ୍ରୀୟ ବ୍ୟାଙ୍କ ଆହ୍ବାନମୂଳକ ପରିସ୍ଥିତିର ସାମ୍ନା କରୁଥିବା ବେଳେ ଆରବିଆଇ ଆଗରେ ସୁଧ ହାର ହ୍ରାସ ନେଇ ଚାପ ରହିଛି। ସେପଟେ ଦରଦାମ ବୃଦ୍ଧି ଭଳି ଚାଲେଞ୍ଜ ସମୟରେ ନିବନିଯୁକ୍ତ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ସବୁ ତାଙ୍କ ପାଇଁ ବଡ ଚାଲେଞ୍ଜ ହୋଇପାରେ।

ଉଲ୍ଲେଖଯୋଗ୍ୟ, ୧୯୯୦ ବ୍ୟାଚ ରାଜସ୍ଥାନ କ୍ୟାଡେର ଆଇଆଇଏସ ଅଧିକାରୀ ସଞ୍ଜୟ ମାଲହୋତ୍ରା ଆଇଆଇଟି କାନପୁରରୁ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ କରିଥିଲେ। ସେ ଶକ୍ତି , ଅର୍ଥ, ଆଇଟି, ଟ୍ୟାକ୍ସ, ମାଇନ୍ସ ବିଭାଗରେ ଅଭିଜ୍ଞତା ସହ ୩୩ ବର୍ଷ କାର୍ଯ୍ୟ କରିଛନ୍ତି।

Comments are closed.