Latest Odisha News

BREAKING NEWS

ଜେଲ୍ ଗଲେ ଶିବସେନା ନେତା ସଞ୍ଜୟ ରାଉତ

ନୂଆଦିଲ୍ଲୀ: ଜେଲ୍‌ ଗଲେ ରାଜ୍ୟସଭା ସାଂସଦ ତଥା ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ । ମାନହାନୀ ମକଦ୍ଦମା ଆଧାରରେ ରାଉତଙ୍କୁ ୧୫ ଦିନ ପାଇଁ ଜେଲ୍ ସହ ୨୫,୦୦୦ ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଛି । ଭାରତୀୟ ଦଣ୍ଡବିଧି ଆଇନର ଧାରା ୫୦୦ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି ।

ପୂର୍ବତନ ବିଜେପି ସାଂସଦ କିରିତ୍‌ ସୋମୟାଙ୍କ ପତ୍ନୀ ମେଧା ସୋମୟା ରୁଜୁ କରିଥିବା ମାନହାନୀ ମକଦ୍ଦମାରେ ଅଦାଲତ ସଞ୍ଜୟଙ୍କୁ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମ୍‌କୋର୍ଟ ।

ସୂଚନାଯୋଗ୍ୟ, ମେଧା ସୋମାୟା ତାଙ୍କ ଓକିଲ ବିବେକାନନ୍ଦ ଗୁପ୍ତାଙ୍କ ଜରିଆରେ ଦାଖଲ କରିଥିବା ଏଫଆଇଆରରେ ଅଭିଯୋଗ ଆଣିଥିଲେ ଯେ, ସଞ୍ଜୟ ରାଉତ ତାଙ୍କ ଏବଂ ତାଙ୍କ ସ୍ବାମୀଙ୍କ ବିରୋଧରେ ଭିତ୍ତିହୀନ ଏବଂ ସଂପୂର୍ଣ୍ଣ ମାନହାନି ଅଭିଯୋଗ ଆଣିଥିଲେ ।

Leave A Reply

Your email address will not be published.