Latest Odisha News

BREAKING NEWS

ଦଳୀୟ ନାଁ ଓ ସଙ୍କେତ କିଣିବା ଘଟଣାକୁ ନେଇ ବଡ ଖୁଲାସା: ୨୦୦୦ ‌କୋଟି ଟଙ୍କାର ଚୁକ୍ତି ହୋଇଥିବା କହିଲେ ସଞ୍ଜୟ ରାଉତ

ମ୍ବାଇ: ନିର୍ବାଚନୀ ଚିହ୍ନ ଏବଂ ଦଳର ନାମକୁ ନେଇ ଏବେ ମହାରାଷ୍ଟ୍ର ରାଜନୀତି ପଡୁଛି ଉଠୁଛି । ଏହାକୁ ନେଇ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଧେ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଶିବସେନା ନିର୍ବାଚନ ଚିହ୍ନ ଧନୁତୀରକୁ ନେଇ  ଉଦ୍ଧବ ବାଲାସାହେବ ଠାକ୍‌ରେ ଗୋଷ୍ଠୀର ନେତା  ସଞ୍ଜୟ ରାଉତ ରବିବାର ଆଣିଛନ୍ତି ଗୁରୁତର ଅଭିଯୋଗ । ଶିବସେନା ନାଁ ଏବଂ ଏହାର ନିର୍ବାଚନ  ଚିହ୍ନ କିଣିବା ପାଇଁ ୨ ହଜାର କୋଟି ଟଙ୍କାର ଡିଲ ହୋଇଥିବା ସେ କହିଛନ୍ତି । ଅବଶ୍ୟ ସଞ୍ଜୟ ରାଉତଙ୍କର ଏପରି ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନେତୃତ୍ୱ ନେଉଥିବା ଦଳର ବିଧାୟକ ସଦା ସର୍ବକର ଏପରି ଦାବିକୁ ଅମୂଳକ ବୋଲି କହି “ଏଥିରେ କ’ଣ ସଞ୍ଜୟ ରାଉତ ଏହାର କ୍ୟାସିୟର ଥିଲେ କି ?’ ବୋଲି ପଚାରି

ଅନ୍ୟପକ୍ଷେ ସଞ୍ଜୟ ରାଉତ  ଟୁଇଟ୍‌ କରି  ଦାବି କରିଛନ୍ତି,କହିଛନ୍ତି, ୨ ହଜାର କୋଟି ଏକ ପ୍ରାରମ୍ଭିକ ଅଙ୍କ ଅଟେ ଏବଂ ଏହା ଶହେ ପ୍ରତିଶତ ସତ ଅଟେ । ସେ ଏକଥା ବି କହିଛନ୍ତି, କ୍ଷମତାରେ ଥିବା ଦଳର ଜଣେ ନିକଟତର ଜଣେ ବିଲଡର ତାଙ୍କୁ ଏହି ତଥ୍ୟ ଦେଇଛନ୍ତି । ଏପରିକି ତାଙ୍କ ଦାବିକୁ ସମର୍ଥନ ଜଣାଇବା ପାଇଁ ଯଥେଷ୍ଟ ପ୍ରମାଣ ଥିବା ମଧ୍ୟ ସେ କହିଛନ୍ତି ।

ସେ ଆହୁରି  ଅଭିଯୋଗ କରିଛନ୍ତି,  ଜଣେ ବିଧାୟକଙ୍କୁ ଖରିଦ କରିବାକୁ ୫୦ କୋଟି ଟଙ୍କା, ଜଣେ ସାଂସଦଙ୍କୁ ଖରିଦ କରିବା ଲାଗି ୧୦୦ କୋଟି ଟଙ୍କା ଏବଂ ଆମ କାଉନ୍‌ସିଲର୍‌ ଏବଂ ଶାଖା ପ୍ରମୁଖଙ୍କୁ ଖରିଦ କରିବା ଲାଗି ୧ କୋଟି ଟଙ୍କା ବ୍ୟୟ କରୁଛନ୍ତି। ତେଣୁ, ଦଳର ନାମ ଓ ସଙ୍କେତ ଖରିଦ କରିବାକୁ କେତେ ଟଙ୍କା ଲଗାଇଥିବେ ଏଥିରୁ ସହଜେ ଅନୁମେୟ  ।

ଏହାର ଖୁଲାସା ଖୁବ ଶୀଘ୍ର ସେ କରିବେ ବୋଲି କହିଛନ୍ତି । ଏନେଇ ଆଜି ଉଦ୍ଧବ ଠାକରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି ।

ଏଠି କହିରଖିବୁ, ନିର୍ବାଚନ ଆୟୋଗ ଏକନାଥ ସିନ୍ଦେଙ୍କ ନେତୃତ୍ୱ ନେଉଥିବା ଦଳକୁ ଅସଲି ଶିବସେନା ଭାବେ ମାନ୍ୟତା ପ୍ରଦାନ କରିବା ପରେ ଏହାର ନିର୍ବାଚନୀ ଚିହ୍ନକୁ ଆବଣ୍ଟନ କରିବାକୁ ଆଦେଶ ଦେଇଛନ୍ତି ।

Leave A Reply

Your email address will not be published.