Latest Odisha News

BREAKING NEWS

ଜାତିସଂଘକୁ ଚିଠି ଲେଖି ସଞ୍ଜୟ ରାଉତ କହିଲେ, ‘ଜୁନ୍ ୨୦ (ଆଜି) ‘ବିଶ୍ବ ବିଶ୍ୱାସଘାତକ’ ଦିବସ ଘୋଷଣା ହେଉ’

ନୂଆଦିଲ୍ଲୀ: ଶିବସେନା (ଉଦ୍ଧବ ଠାକରେ) ନେତା ସଞ୍ଜୟ ରାଉତ ମିଳିତ ଜାତିସଂଘକୁ ଏକ ଚିଠି ଲେଖି ଜୁନ୍ ୨୦କୁ ବିଶ୍ୱ ବିଶ୍ବାସଘାତକ ଦିବସ ପାଳନ କରିବାକୁ ନିବେଦନ କରିଛନ୍ତି। ଜାତିସଂଘର ମହାସଚିବ ଜେନେରାଲ୍ ଆଣ୍ଟୋନିଓ ଗୁଟେରସଙ୍କୁ ଲେଖିଥିବା ଚିଠିରେ ସଞ୍ଜୟ ରାଉତ କହିଛନ୍ତି ଯେ ଜୁନ୍ ୨୦କୁ ବିଶ୍ୱ ବିଶ୍ୱାସଘାତକ ଦିବସ ଭାବେ ମାନ୍ୟତା ଦିଆଯିବା ଉଚିତ୍। ଯେଉଁଭଳି ଜୁନ ୨୧କୁ ବିଶ୍ୱ ଯୋଗ ଦିବସ ଭାବେ  ପାଳନ କରାଯାଉଛି। ସେହିପରି ବିଶ୍ବ ବିଶ୍ବାସଘାତକ ଦିବସ ପାଳନ ହେଉ ବୋଲି ଦାବି କରିଛନ୍ତି।

BjdElectrycity

ଗତ ବର୍ଷ ଜୁନ୍ ୨୦ରେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ୪୦ ଶିବସେନା ବିଧାୟକ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ। ଏହା ପରେ ଉଦ୍ଧବଙ୍କ ନେତୃତ୍ୱରେ ଥିବା ମହାବିକାଶ ଅଘାଢି ସରକାର ଭାଙ୍ଗିଯାଇଥିଲା।

ସଞ୍ଜୟ ରାଉତ ଜାତିସଂଘକୁ ଲେଖିଥିବା ଚିଠିରେ ଏହି କଥା ଉଲ୍ଲେଖ କରି ଲେଖିଛନ୍ତି ଯେ ୨୦୨୨ ମସିହା ଜୁନ୍ ୨୦ ରେ ଏକନାଥ ସିନ୍ଦେ ଆମ ଦଳର ୪୦ ଜଣ ବିଧାୟକଙ୍କ ସହ ବିଜେପି ସହାୟତାରେ ଆମ ଦଳ ଛାଡିଛନ୍ତି। ସେମାନେ ୫୦-୫୦ କୋଟି ଟଙ୍କା ପାଇଲେ । ଯେତେବେଳେ ଆମ ଦଳର ସଭାପତି ଉଦ୍ଧବ ଠାକରେ ଅସୁସ୍ଥ ଥିଲେ ସେତେବେଳେ ସେ ଏହା କରିଥିଲେ।

ଏହାପୂର୍ବରୁ ସଞ୍ଜୟ ରାଉତ କହିଥିଲେ ଯେ ସେ ଖୁବ ଶୀଘ୍ର ଜାତିସଂଘକୁ ଏକ ଚିଠି ଲେଖି ଜୁନ୍ ୨୦ ରେ ବିଶ୍ୱାସଘାତକ ଦିବସ ପାଳନ କରିବାକୁ ଆବେଦନ କରିବେ।

Leave A Reply

Your email address will not be published.