Latest Odisha News

BREAKING NEWS

ମୁଖତାର ଅନ୍ସାରୀର ଶୁଟର ସଞ୍ଜୀବଙ୍କୁ କୋର୍ଟ ପରିସରରେ ଗୁଳି କରି ହତ୍ୟା

ଲକ୍ଷ୍ନୌ: ସ୍ଥାନୀୟ କୋର୍ଟ ପରିସରାର ଗ୍ୟାଙ୍ଗଷ୍ଟାର ମୁଖତାର ଅନ୍ସାରୀଙ୍କ ଡାହଣ ହାତ ତଥା ଶାର୍ପ ଶୁଟର ସଞ୍ଜୀବ ମାହେଶ୍ୱରୀ ଜୀଭାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ହତ୍ୟାକାରୀ ଓକିଲଙ୍କ ବେଶରେ ଆସି ଏହି କାଣ୍ଡ ରଚିଥିଲେ । ଏଥିରେ ସିପାହୀ ଲାଲ ମହମ୍ମଦ ଏକ ଛୋଟ ପିଲା ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇ ଦିଆଯାଇଛି । ପୋଲିସ ହତ୍ୟାକାରୀଙ୍କୁ ଚିହ୍ନଟ କରିଛି । ଜୌନପୁରର ବିଜୟ ଯାଦବଙ୍କ ପୁତ୍ର ଶ୍ୟାମ ଯାଦବ ସଞ୍ଜୀବଙ୍କୁ ଗୁଳି କରିଥିଲେ । ଗ୍ୟାଙ୍ଗଷ୍ଟାର ସଞ୍ଜୀବ ପୂର୍ବାଂଚଳ ବିଜେପି ବିଧାୟକ ବ୍ରହ୍ମଦତ ଦ୍ୱିବେଦୀଙ୍କ ହତ୍ୟା ମାମଲାରେ ମୂଖ୍ୟ ଅଭିଯୁକ୍ତ ଥିଲେ ।

ଏହି ମାମଲାର ଶୁଣାଣୀ ପାଇଁ ସେ କୋର୍ଟ ଆସିଥିଲେ । କୋର୍ଟ ପରିସରରେ ହତ୍ୟା ଉତରପ୍ରଦେଶର ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି ବୋଲି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ବିଜେପି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି । ନୋଏଡାରେ ମହିଳା ଓକିଲଙ୍କ ହତ୍ୟା, କନୌଜରେ ସାଂସଦ ଥାନାରେ ପ୍ରବେଶ କରି ପୋଲିସଙ୍କୁ ପିଟିବା ଘଟଣା ନିଶ୍ଚିତ ଭାବେ ଚିନ୍ତାର ବିଷୟ ବୋଲି ସେ କହିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.