Latest Odisha News

BREAKING NEWS

ଧୋନୀଙ୍କୁ ଫେଡେରରଙ୍କ ସହ ତୁଳନା କଲେ ସଞ୍ଜୁ, ଆଉ କୋହଲିଙ୍କୁ

ଚେନ୍ନାଇ: ୱିମ୍ବେଲଡେନ ଠିକ ପୂର୍ବରୁ ୱିକେଟକିପର ସଞ୍ଜୁ ସାମସନ ଭାରତୀୟ କ୍ରିକେଟରର ଦୁଇ ମହାନ ଖେଳାଳିଙ୍କୁ ଟେନିସ ଷ୍ଟାରଙ୍କ ସହ ତୁଳନା କରିଛନ୍ତି । ସେ ମହେନ୍ଦ୍ର ସିଂ ଧୋନୀଙ୍କୁ ସୁଇଜରଲାଣ୍ଡର ରୋଜର ଫେଡେରରଙ୍କ ସହ ତୁଳନା କରିଛନ୍ତି । ଫେଡେରରଙ୍କ ପରି ଧୋନୀ ଧୈର୍ଯ୍ୟ ଓ ଶାନ୍ତିର ସହ ଖେଳିଥାନ୍ତି । ସେଥିପାଇଁ ଫଳାଫଳ ମଧ୍ୟ ଭିନ୍ନ ହୋଇଥାଏ । ସେହିପରି କୋହଲିଙ୍କୁ ସେ କାର୍ଲୋସ ଆଲକରାଜଙ୍କ ସହ ତୁଳନା କରିଛନ୍ତି । ଉଭୟ ଆକ୍ରମଣାତ୍ମକ ଶୈଳୀରେ ଖେଳିଥାନ୍ତି । ହାରିବାକୁ ସେମାନେ ପସନ୍ଦ କରି ନ ଥାନ୍ତି ।

ଧୋନୀ ଏବଂ ଫେଡେରର ଯେବେ ଭଲ ଖେଳନ୍ତି ମ୍ୟାଚ ସହଜ ଲାଗିଥାଏ । ଏହି ଅବସରରେ ମହିଳା ଟିମ ବିଶ୍ୱକପ ଜିତିବାକୁ ସେ ପ୍ରଶଂସା କରିଛନ୍ତି । ଅଷ୍ଟ୍ରେଲିଆ ଆମକୁ ଅନେକ ବଡ ମୁକାବିଲାରେ ପରାଜିତ କରିଛି । ସେଥିପାଇଁ ମନରେ ଭୟ ରହିଥାଏ । ଏବେ ସମୟ ବଦଳିଛି । ଅଷ୍ଟ୍ରେଲିଅେ ପ୍ରତି ଆଉ ଭୟ ନାହିଁ, କିନ୍ତୁ ସମ୍ମାନ ରହିଛି । ସଞ୍ଜୁଙ୍କ ନିକଟରେ ଭାରତର ଷ୍ଟାର ଟେନିସ ଖେଳାଳି ରୋହନ ବୋପାନ୍ନା ଉପସ୍ଥିତ ଥିଲେ । ସେ ୟାନିକ ସିନର ଓ ଏଲେନା ରାୟବେକିନା ୱିମ୍ବେଲଡେନ ଟାଇଟଲ ଜିତିବା ଦୌଡରେ ଆଗରେ ରହିଛନ୍ତି ବୋଲି କହିଛନ୍ତି ।

Leave A Reply

Your email address will not be published.