Latest Odisha News

BREAKING NEWS

Saranakula IIC:ଶରଣକୂଳ ପୂର୍ବତନ ଥାନା ଅଧିକାରୀ ନିଲମ୍ବିତ; ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ମହିଳା

ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୂଳ ଥାନାର ପୂର୍ବତନ IIC ସୁଜିତ କୁମାର ଦାସ ନିଲମ୍ବିତ । ଶରଣକୂଳ ଥାନା ଅଧିକାରୀଙ୍କ ବିରୁଦ୍ଧରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଘଟଣାରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୂର୍ବରୁ ତାଙ୍କୁ ଥାନାରୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା। କର୍ତ୍ତବ୍ୟରେ ଅବହେଳା ଓ ଗୁରୁତର ଶୃଙ୍ଖଳାଭଙ୍ଗ ଅଭିଯୋଗରେ ଡିଜିପି ନିଲମ୍ବନ କରିଛନ୍ତି।

ମହିଳାଙ୍କ ଅଭିଯୋଗ ଅନୁସାରେ, ଶରଣକୂଳ ଥାନା ଜାମୁସାହି ଗ୍ରାମରେ ଥିବା ମହିଳାଙ୍କ ପରିବାର ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଜମି ବାଡ଼ି ବିବାଦକୁ ନେଇ କିଛିଦିନ ତଳେ ଗଣ୍ଡଗୋଳ ହୋଇଥିଲା । ଏନେଇ ପୀଡ଼ିତା ଜଣଙ୍କ ଶରଣକୂଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ସମୟ ଗଡ଼ିଯାଇଥିଲେ ବି ନ୍ୟାୟ ପାଇନଥିଲେ ପୀଡ଼ିତା। ବାରମ୍ବାର ଶରଣକୂଳ ଥାନାକୁ ଦୌଡିବା ପରେ ଥାନା ଅଧିକାରୀ ସୁଜିତ କୁମାର ଦାଶ ତାଙ୍କ ଫୋନ ନମ୍ବର ନେବା ସହିତ ନ୍ୟାୟ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ କିଛି ଦିନ ପରେ ଥାନାଅଧିକାରୀ ନ୍ୟାୟ କଣ ଦେବେ ଭିଡିଓ କଲ କରି ଅନେକ ଅଶାଳୀନ କଥା କହୁଥିଲେ । ପ୍ରେମ ନିବେଦନ କରିବା କରିବା ସହ ମହିଳାଙ୍କ ଇଚ୍ଛା ବିରୁଦ୍ଧରେ ତାଙ୍କ ସହ ଶାରିରୀକ ସମ୍ପର୍କ ରଥିବାକୁ ବାଧ୍ୟ କରିଥିଲେ ଆଇଆଇସି ସୁଜିତ ଦାସ ।

ଏପରିକି ଥାନାଅଧିକାରୀ ମିଛ କେଶରେ ମହିଳାଜଣଙ୍କୁ ଜେଲକୁ ପଠାଇଦେଇଥିଲେ । ବେଲ୍ ରେ ଆସିବାପରେ ମହିଳା ଜଣଙ୍କ ନୟାଗଡ଼ ଏସ୍ପିଙ୍କୁ ଭେଟି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ ।
ମହିଳାଙ୍କ ଅଭିଯୋଗ ପରେ ଘଟଣାର CAW & CW ତଦନ୍ତ ପାଇଁ ଡିଜିପି ଅଫିସରୁ ନିର୍ଦ୍ଦେଶ ଆସିଥିଲା । ଏହାପରେ ସୁଜିତଙ୍କୁ ତୁରନ୍ତ ଶରଣକୂଳରୁ ନୟାଗଡ ହେଡକ୍ବାର୍ଟରକୁ ବଦଳି କରାଯାଇଥିଲା । କ୍ରାଇମବ୍ରାଞ୍ଚ ଟିମ୍ ଘଟଣାର ତଦନ୍ତ କରି ପ୍ରାଥମିକ ରିପୋର୍ଟ ଦେବା ପରେ ସୁଜିତଙ୍କୁ ନିଲମ୍ବନ କରାଯାଇଛି ।

Leave A Reply

Your email address will not be published.