ନୂଆଦିଲ୍ଲୀ: ଆଇପିଏଲ ୨୦୨୬ରେ ସଞ୍ଜୁ ସାମସନ କେଉଁ ଟିମ ପକ୍ଷରୁ ଖେଳିବେ ତାହା ବେଶ ଚର୍ଚ୍ଚାର କାରଣ ସାଜିଛି । ବିଭିନ୍ନ ରିପୋର୍ଟ ଅନୁସାରେ ସଞ୍ଜୁ ସାମସନ ରାଜସ୍ଥାନ ରୟାଲ୍ସକୁ ସ୍ପଷ୍ଟ ଭାବେ କହିିଛନ୍ତି ସେ ଆଗାମୀ ସିଜନରେ ତାଙ୍କ ପକ୍ଷରୁ ଖେଳିବେ ନାହିଁ । ମୋତେ ଟ୍ରେଡ କରାଯାଉ ଅନ୍ୟଥା ନିଲାମ ପାଇଁ ମୁକ୍ତ କରାଯାଉ ବୋଲି କହିଛନ୍ତି । ଅପରପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ସଞ୍ଜୁ ସାମସନଙ୍କୁ ନେବା ପାଇଁ ବେଶ ଆଗ୍ରହ ପ୍ରକାଶ କରିଛି । ପୂର୍ବରୁ ଚେନ୍ନାଇ ଏଥିନେଇ ଆଗ୍ରହ ଥିଲେ ମଧ୍ୟ ରାଜସ୍ଥାନ ଏହା ବଦଳରେ ରବୀନ୍ଦ୍ର ଜାଡେଜା ଓ ରିତୁରାଜ ଗାଏକ୍ୱାଡଙ୍କୁ ନେବା ପାଇଁ କହିଥିଲା ।
ଫଳରେ ଚେନ୍ନାଇ ଡିଲଠାରୁ ଦୂରେଇ ରହିଥିଲା । ଦିଲ୍ଲୀ ଟ୍ରେଡ ୱିଣ୍ଡୋ ମାଧ୍ୟମରେ ସଞ୍ଜୁଙ୍କୁ ନେବାକୁ ଚାହୁଁଛି । ତେବେ ଏଥିପାଇଁ କେଉଁ ଖେଳାଳିଙ୍କ ବଦଳରେ ଏହି ଡିଲ ହେବ ତାହା ସ୍ପଷ୍ଟ ହୋଇ ପାରିନି । ଆଇପିଏଲ ଟ୍ରେଡ ୱିଣ୍ଡୋ ନିୟମ ଅନୁସାରେ ନିଲାମ ପୂର୍ବରୁ ୨ଟି ଟିମ ମଧ୍ୟରେ ଏହା ମାଧ୍ୟମରେ ଖେଳାଳି ଅଦଳ ବଦଳ କରିପାରିବେ । କେକେଆର ଏବେ କେଏଲ ରାହୁଲଙ୍କୁ ନେବା ପାଇଁ ଆଗ୍ରହ ପ୍ରକାଶ କରିଛି ।
Comments are closed.